fbpx

ଭୁଲରେ ବି ରାତିରେ ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହିସବୁ ଜିନିଷ, ଜୀବନ ହୋଇଯିବ ଅସ୍ତବ୍ୟସ୍ତ

ଓଡ଼ିଶା ଭାସ୍କର ବ୍ୟୁରୋ: ଆମର ଶାସ୍ତ୍ରରେ ରାତିରେ ଶୋଇବା ଠାରୁ ଆରମ୍ଭ କରି ସକାଳ ଉଠିବା ପର୍ୟ୍ୟନ୍ତ କରାଯାଇଥିବା ସବୁ କାର୍ୟ୍ୟ ବିଷୟରେ ମହତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଛି। ଯାହା ଆଜିକାଲିର ବୈଜ୍ଞାନିକ ଦୃଷ୍ଟି କୋଣରୁ ବି ଲାଭକାରୀ ହୋଇଥାଏ। ଯାହା ଆମର ପ୍ରାଚୀନ ଋଷି ମୁନି ମାନେ କହିଥିଲେ। ତାହା ବିଜ୍ଞାନ ଆଜି ଆମକୁ କହୁଛି। ଶାସ୍ତ୍ର ଅନୁସାରେ ଶୋଇବା ସମୟରେ ଆମ ଦ୍ୱାରା ବହୁତ କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ଆମର ଜୀବନରେ ବିପଦ ଆସିବା ଆରମ୍ଭ ହୋଇଯାଏ ।

ମନୁଷ୍ୟକୁ ଶୋଇବା ସମୟରେ ନିଜ ପାଖରେ କୌଣସି ଏମିତି କିଛି ଜିନିଷ ବିଲକୁଲ ବି ରଖିବା ଉଚିତ ନୁହେଁ ଯାହା ଆମ ଜୀବନରେ ନକରାତ୍ମକ ଉର୍ଜା ଆଣିବ । ଆଉ ଏହା କେବଳ ଆମର ଜୀବନ ନୁହେଁ ବରଂ ଆମ ଗ୍ରହ ଉପରେ ବି ଖରାପ ପ୍ରଭାବ ପକାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଜିନିଷ ଯଦି କେହି ନିଜ ପାଖରେ ରଖି ଶୁଏ, ତେବେ ସେମାନଙ୍କ ଜୀବନରେ ଆର୍ଥିକ ସଙ୍କଟ ଆସିବାକୁ ଲାଗିଥାଏ ତାହାର ପରିବାରରେ କ୍ଳେଶ ବଢିବାକୁ ଲାଗିଥାଏ କିମ୍ବା ଝଗଡା ବଢିବାକୁ ଲାଗିଥାଏ । ତାହେଲେ ଚାଲନ୍ତୁ ଜାଣିବା କେଉଁ କେଉଁ ଜିନିଷ ରାତିରେ ଶୋଇବା ସମୟରେ ପାଖରେ ରଖିବା ଉଚିତ୍ ନୁହେଁ ।

ବାସ୍ତୁଶାସ୍ତ୍ରରେ ମନୁଷ୍ୟକୁ ଶୋଇବା ସମୟରେ ନିଜର ପାଦ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ନରଖିବା ଉଚିତ ଅର୍ଥାତ ଆପଣଙ୍କୁ ଆପଣଙ୍କର ପାଦ ଉତ୍ତର କିମ୍ବା ପଶ୍ଚିମ ଦିଗରେ ରଖିବା ଉଚିତ। ଏହିପରି ଶୋଇବା ଦ୍ୱାରା ମନୁଷ୍ୟର ଶରୀରରେ ସକାରାତ୍ମକ ଉର୍ଜା ପ୍ରବେଶ କରିଥାଏ।

ଶୋଇବା ସମୟରେ ପାଣି ରଖି ଶୋଇଲେ ବ୍ୟକ୍ତିର ଚନ୍ଦ୍ରମା ପ୍ରଭାବିତ ହୋଇଥାଏ ଏବଂ ଏହାର ପ୍ରଭାବ ବ୍ୟକ୍ତିର ମାନସିକ ସ୍ୱାସ୍ଥ୍ୟ ଉପରେ ବି ପଡିଥାଏ। ଶୋଇବା ସମୟରେ ଧ୍ୟାନ ଦେବେ କି ଆପଣଙ୍କ ଆଖପାଖରେ କିମ୍ବା ଖଟ ତଳେ ଜୋତା ଚପଲ ଆଦି ନ ରହେ । ଏହା ଦୁର୍ଭାଗ୍ୟକୁ ଆମନ୍ତ୍ରଣ କରିଥାଏ। ଯଦି ଆପଣ ଏହାକୁ ପାଖରେ ରଖି କରି ଶୋଇବେ ତ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ।

ଯେଉଁ ସ୍ଥାନରେ ଶୋଇଥାନ୍ତି ତା ସାମ୍ନାରେ ଆଇନା କେବେବି ରଖନ୍ତୁ ନାହିଁ। ଶୋଇବା ସମୟରେ ନିଜର ଛବି ଆଇନାରେ ନଦେଖିବା ଉଚିତ। ଆଉ ସକାଳୁ ଉଠିବା ପରେ ଆଇନାରେ ଛବି ନଦେଖିବା ଉଚିତ। ଏହା ଦ୍ବାରା ବ୍ୟକ୍ତିର ଡର ଏବଂ ଭ୍ରମ ଜନ୍ମ ହୋଇଥାଏ ଏବଂ ଖରାପ ସ୍ୱପ୍ନ ବି ଆସିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବା ସମୟରେ ନିଜ ପାଖରେ କେଉଁ ବି ପ୍ରକାରର ସୁଗନ୍ଧିତ ତେଲ ରଖନ୍ତୁ ନାହିଁ। ନକରାତ୍ମକ ଜିନିଷକୁ ଆକର୍ଷଣ କରିବା ଜିନିଷ ହୋଇଥାଏ ତେଲ। ଏହାକୁ ଆପଣ ପାଖରେ ରଖିଲେ ଏହାର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ।

ବାସ୍ତୁ ଅନୁସାରେ ମୁଣ୍ଡ ପାଖରେ ପୁସ୍ତକ ରଖିବା ଉଚିତ ନୁହେଁ। ଖାସ କରି ବିଦ୍ୟାର୍ଥୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବା ଉଚିତ। ମୁଣ୍ଡ ପାଖରେ ପୁସ୍ତକ ରଖିବା ଦ୍ୱାରା ବ୍ୟକ୍ତିର ବୁଦ୍ଧ ଗ୍ରହ କମଜୋର ହୋଇଥାଏ। ବହିକୁ ପଢିବା ପରେ ତାକୁ ତାର ଉଚିତ ସ୍ଥାନରେ ରଖି ଦିଅନ୍ତୁ। ଏତଦ୍ ବ୍ୟତୀତ କେବେବି ନିଜ ବେଡ଼ରୁମରେ ଝାଡୁକୁ ଠିଆ କରି ରଖିବେ ନାହିଁ। ଏହା ଦ୍ବାରା ଧନ ହାନି ହୋଇଥାଏ।

Get real time updates directly on you device, subscribe now.