ଭୁବନେଶ୍ୱର: ଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଡବଲ୍ ଡେକର ଇ-ବସ୍। ଏହି ଡବଲ୍ ଡେକର ଇ-ବସ ପାଇଁ ଟେଣ୍ଡର ଆହ୍ୱାନ କଲା ସିଆରୟୁଟି। ଡବଲ୍ ଡେକର ଇ-ବସର ସପ୍ଲାଇ, ଅପରେସନ, ମେଣ୍ଟେନାନ୍ସ ପାଇଁ ଆହ୍ୱାନ ଦିଆଯାଇଛି। ଏଥିପାଇଁ ୧୦ ବର୍ଷ ଲାଗି ଚୁକ୍ତି କରାଯିବ, ଆବଶ୍ୟକ ପଡିଲେ ୨ ବର୍ଷ ମଧ୍ୟ ବଢିବ ବୋଲି ଆଶା ରହିଛି। ୫ଟି ଡବଲ ଡେକର ଇ-ବସ୍ ଚଳାଇବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସୂଚନାନୁଯାୟୀ, ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ସିଆରୟୁଟି ପକ୍ଷରୁ ଏଭଳି ଯୋଜନା କରାଯାଇଛି। ତେବେ ଏହି ଡବଲ୍ ଡେକର ଇ-ବସ ଭୁବନେଶ୍ୱର, କଟକ, ପୁରୀରେ ପ୍ରଥମ ପର୍ଯ୍ୟାୟରେ ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଜିଲ୍ଲାମାନଙ୍କରେ ଚାଲିବ ବୋଲି କୁହାଯାଉଛି।