fbpx

ଡବଲ ହେଲମେଟ ଚେକିଂ ଜୋରଦାର: ନ ମାନିଲେ ଲାଇସେନ୍ସ ବାତିଲ

ଭୁବନେଶ୍ୱର, ୨ା୧ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଡବଲ ହେଲମେଟ ଚେକିଂ ଜୋରଦାର କରାଯାଇଛି । ଯେଉଁମାନେ ଡବଲ ହେଲମେଟ ନପିନ୍ଧି ଧରାପଡ଼ୁଛନ୍ତି, ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ କରାଯାଉଛି । ଏନେଇ ରାଜ୍ୟ ସଡ଼କ ପରିବହନ ବିଭାଗ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

ନୂଆ ମୋଟର ଯାନ ଆଇନ ଜାନୁଆରୀ ୧ରୁ ରାଜ୍ୟରେ ଲାଗୁ କରାଯାଇଛି । ନିୟମ ନ ମାନସିଲେ ୩ ମାସ ପର୍ଯ୍ୟନ୍ତ ଲାଇସେନ୍ସ ବାତିଲ କରାଯିବ ଓ ଏକ ହଜାର ଟଙ୍କାର ଜରିମାନା ଲାଗୁ କରାଯାଇଛି । ତେବେ ଉଭୟ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଉଭୟ ହେଲମେଟ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ସଡ଼କ ପରିବହନ ବିଭାଗର ଟ୍ୱିଟ ପରେ ରାଜଧାନୀର ଗାଡ଼ି ଚାଳକମାନେ ସତର୍କ ହୋଇ ଉଠିଛନ୍ତି ।

Get real time updates directly on you device, subscribe now.