fbpx
BJD SKY
BJD SKY

ଜଣେ ଯୁବତୀଙ୍କୁ ଭଲ ପାଇବସିଲେ ୨ ବନ୍ଧୁ, ଏବେ ଛୁଆ ଜନ୍ମ କରିବା ପାଇଁ ଚାଲିଛି ପ୍ରୋସେସ୍

BJD

ଭଲ ପାଇବା କେତେବେଳେ ଯେ କାହାକୁ ହେବ, ତାହା କିଏ ବା ଜାଣିଛି । ସେହିପରି ବ୍ରାଜିଲରେ ଦୁଇସାଙ୍ଗଙ୍କୁ ପ୍ରେମ ହୋଇଛି, କିନ୍ତୁ ଅଜବ କଥା ହେଉଛି ଯେ ଦୁହେଁ ଗୋଟିଏ ଯୁବତୀଙ୍କ ପ୍ରେମରେ ପଡିଛନ୍ତି । ପ୍ରେମ ଜାଲରେ ବାନ୍ଧିହୋଇଥିବା ଏହି ୩ ଜଣ ଗତ ଦେଢ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଛନ୍ତିି । ୩ ଜଣ ମିଶିକି ରେଷ୍ଟୁରାଣ୍ଟ ବା ଡେଟରେ ଯାଉଛନ୍ତି । ଅବଶ୍ୟ ଏଥିପାଇଁ ସେମାନଙ୍କୁ ଅନେକ ଲୋକଙ୍କ କମେଣ୍ଟର ସାମ୍ନା କରିବାକୁ ପଡୁଛି, କିନ୍ତୁ ସେସବୁ ପଛରେ ପକାଇ ୩ ଜଣ ମିଶି ନିଜର ଭବିଷ୍ୟତ ପାଇଁ ଯୋଜନା କରୁଛନ୍ତି ।

ସୂଚନା ମୁତାବକ, ବ୍ରାଜିଲର ୩୦ ବର୍ଷୀୟ ଡିନୋ ଡିସୁଜା ଓ ସାଲୋ ଗୋମେସ୍ ଗତବର୍ଷ ସ୍ପେନର ବାର୍ସିଲୋନାରେ ଛୁଟି ମନାଇବାକୁ ଯାଇଥିଲେ । ଏହିସମୟରେ ୨ ବନ୍ଧୁ ଏକ ବାରରେ ପହଞ୍ଚିଥିଲେ, ଯେଉଁଠି ସେମାନେ ୨୭ ବର୍ଷୀୟା ଓଲଗା ନାମକ ଯୁବତୀଙ୍କୁ ଭେଟିଥିଲେ । ସେତେବେଳେ ଓଲଗା ନିଜର ସାଙ୍ଗମାନଙ୍କ ସହ ରହିଥିଲେ । ଡିନୋ ଓ ସାଲୋ ଉଭୟ ସେହି ଯୁବତୀଙ୍କୁ ପ୍ରପୋଜ କରିବା ସହ ୩ ଜଣ ମିଶି ଡେଟ୍ କରିବାରେ ଲାଗିଲେ ।

ଡିନୋ ଏହି ମାମଲାକୁ ନେଇ କହିଛନ୍ତି ଯେ, ‘ସାଲୋ ଓ ମୁଁ ଫୁଟବଲ ମ୍ୟାଚ ଦେଖିବାକୁ ଯାଇଥିବା ବେଳେ ଓଲଗା ସହ ଭେଟିଥିଲୁ । ଆମେ ଓଲଗାଙ୍କୁ ଡିଗ୍ସ ପାଇଁ ପଚାରିଥିଲୁ ଓ ସେବେଠାରୁ ଆମ ସମ୍ପର୍କ ଆରମ୍ଭ ହୋଇଗଲା । ଆମେ ୩ ଜଣ ସମ୍ପର୍କରେ ଅଛୁ ବୋଲି କିଛି ବି ସମସ୍ୟା ନାହିଁ, କାରଣ ଆମ ଭିତରେ କେମେଷ୍ଟ୍ରି ଅଛି ।

ତେବେ ଡିନୋ, ଓଲଗା ଓ ସାଲୋ ଗତ ଦେଢ ବର୍ଷ ହେବ ପରସ୍ପରକୁ ଡେଟ୍ କରୁଥିବା ବେଳେ ସେମାନେ ଏବେ ଫ୍ରାନ୍ସରେ ରହୁଛନ୍ତି । ଏହା ସହ ସେମାନେ ନିଜର ପରିବାର ବଢାଇବା ବା ଛୁଆ ଜନ୍ମ କରିବା ବିଷୟରେ ଚିନ୍ତା କରୁଛନ୍ତି ।

Get real time updates directly on you device, subscribe now.