ଭୁବନେଶ୍ୱର,୧୬ା୩: ରାଜଧାନୀ ଭୁବନେଶ୍ୱରରେ ହୋଲିରେ ଘଟିଥିବା ୨ଟି ହତ୍ୟା ଘଟଣାର ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି। ମଞ୍ଚେଶ୍ବର ଥାନା ଅଞ୍ଚଳ ହତ୍ୟା ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତନ୍ମୟ ବେହେରା ଓ ୩ ସହଯୋଗୀ ଗିରଫ ହୋଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପିପିଲି ଥାନା ଅଞ୍ଚଳରୁ ଗିରଫ ହୋଇଥିବା ଡିସିପି କହିଛନ୍ତି। ପୋଲିସ ପିଛା କରିବା ସମୟରେ ଡିମିରି ଫଳ ଖାଇଦେଇଥିଲା ଅଭିଯୁକ୍ତ। ତେବେ ତାକୁ ମଙ୍ଗଳପୁର ସିଏଚ୍ସିରେ ଭଲ ହେବା ପରେ ଏବେ ଥାନାରେ ରହିଛି।
ସେହିପରି ଶହୀଦନଗର ଥାନା ଅଞ୍ଚଳ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାନା ଗୁନି ଗିରଫ ହୋଇଥିବାବେଳେ ଜଣେ ନାବାଳକ ଅଟକ ରହିଛି। ହୋଲି ଖେଳକୁ ନେଇ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତା ନ ଥିଲା ବୋଲି ଡିସିପି କହିଛନ୍ତି।