ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗଡ଼ତୁମୁଲିଆରେ ହୋଇଛି ଡବଲ ମର୍ଡର । ମା’ ଓ ଝିଅକୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ନିଜ ସମ୍ପର୍କୀୟ ପୁତୁରା ସେମାନଙ୍କୁ ହାଣି ହତ୍ୟା କରିଥିବା ସୂଚନା ମିଳିଛି ।
ତେବେ ପାରିବାରିକ ଶତ୍ରୁତାରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ଅନ୍ୟପଟେ ହତ୍ୟା କରିବା ପରେ ଅଭିଯୁକ୍ତଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଛି । ଖବରା ପାଇବା ପରେ ହେମଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।