fbpx

ପାକିସ୍ତାନର ବିଭିନ୍ନ ସଂଗଠନ ଓ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ଚାଲିଛି ଗୁପ୍ତ ବୈଠକ, ଭାରତ ଲାଗି ଦୁଇପଟୁ ବଢିଲା ବିପଦ

ନୂଆଦିଲ୍ଲୀ: ଭାରତର ଗୁପ୍ତଚର ସଂସ୍ଥାକୁ ଏବେ ଏଭଳି ଏକ ଖବର ମିଳିଛି ଯାହାକୁ ନେଇ ଚିନ୍ତାରେ ପଡିଯାଇଛି ଭାରତ । ପାକିସ୍ତାନରେ ଥିବା ବିଭିନ୍ନ ସଂଗଠନ ଓ ପ୍ରୋ ଖାଲିସ୍ତାନୀ ସଂସ୍ଥାର ନେତାଙ୍କ ମଧ୍ୟରେ ହୋଇଥିବା ବୈଠକ ବିଷୟରେ ଭାରତର ଗୁପ୍ତଚର ସଂସ୍ଥାକୁ ଖବର ମିଳିଛି । ଏହି ବୈଠକରେ ଭାରତ ବିରୁଦ୍ଧରେ ନିଜ ନିଜ ଏଜେଣ୍ଡାକୁ ପୁରଣ କରିବା ଲାଗି ଉଭୟ ଉଭୟଙ୍କ ସମର୍ଥନ ଲୋଡିଛନ୍ତି ।

ସୂତ୍ରରୁ ଜଣାପଡିଛି ଖାଲିସ୍ତାନ ସଂପ୍ରଦାୟକୁ ପାକିସ୍ତାନର କାଶ୍ମୀର ଏଜେଣ୍ଡାକୁ ଆଗକୁ ବଢାଇବାକୁ କୁହାଯାଇଛି । ଅନ୍ୟପକ୍ଷରେ ପାକିସ୍ତାନ କୂଟନୈତିକ ରୂପରେ ଖାଲିସ୍ତାନ ପ୍ରସଙ୍ଗକୁ ସମର୍ଥନ କରିବ । ତେବେ ଏହି ଅନୁମାନକୁ ଆହୁରି ସୁଦୃଢ କରିଛି ଖାଲିସ୍ତାନୀ ସଂସ୍ଥା ପିକେଇ ଓ ତାଙ୍କ ନେତାଙ୍କ ପକ୍ଷରୁ କାଶ୍ମୀରର କେକେରନାଗ ଅପରେସନ ଉପରେ ଜାରି କରାଯାଇଥିବା ଭିଡିଓ ।

ଖାଲିସ୍ତାନୀ ସମର୍ଥକ ଗୁରୁପତୱନ୍ତ ସିଂହ ପନ୍ନୁ ଓ ଅନ୍ୟ ନେତାମାନେ ଅପରେସନ ଉପରେ ଭିଡିଓ ଜାରି କରି ଭାରତୀୟ ସେନାଙ୍କ ବିରୋଧରେ କହିଛନ୍ତି । ଏହା ବ୍ୟତିତ ପିକେଇ ଏହି ଅପରେସନ ସମୟରେ ଆତଙ୍କବାଦୀଙ୍କ ସମର୍ଥନରେ ଅଡିଓ ଟେପ୍ ଓ ଭିଡିଓ ବି ଜାରି କରିଛନ୍ତି । ଏହି ଅପରେସନରେ ଭାରତୀୟ ସେନା ଓ ଜାମ୍ମୁ କାଶ୍ମୀର ପୋଲିସ ନିଜର ବାହାଦୂର ଅଧିକାରୀ ଓ ଯବାନଙ୍କୁ ହରାଇଛନ୍ତି ।

ଶୁକ୍ରବାର ପାକିସ୍ତାନ ସରକାର ଖାଲିସ୍ତାନ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ଓ ଚାଲୁଥିବା ବିବାଦ ବିଷୟରେ ମତ ରଖିଛନ୍ତି । କାର୍ଯ୍ୟବାହକ ପ୍ରଧାନମନ୍ତ୍ରୀ ଅନୱର ଉଲ୍ ହକ୍ କାକର କହିଛନ୍ତି, ହିନ୍ଦୁତ୍ୱର ବିଚାରକ ଏପରି ଭାବରେ ଦୁଃସାହସୀ ହୋଇଯାଉଛନ୍ତି କି ଏବେ ସେ ଏହତି କ୍ଷେତ୍ରରୁ ବାହାରକୁ ଚାଲି ଯାଉଛନ୍ତି । ଗୁପ୍ତଚର ସୂତ୍ରରୁ ଜଣାପଡିଛି ଗତ ୧୦ ଦିନ ମଧ୍ୟରେ ପାକିସ୍ତାନୀ ସଂଗଠନ ଓ ପିକେଇ ମଧ୍ୟରେ ଟୋରୋଣ୍ଟୋ ଓ ଓଟାୱାରେ ବହୁ ବୈଠକ ହୋଇଛି ।

Get real time updates directly on you device, subscribe now.