୧୦ ଲକ୍ଷ ଯୌତୁକ ମାଗିଲା ବର, ଫୁଲମାଳ ବଦଳରେ ଢ଼ୋ ଢ଼ା ଚାପୁଡ଼ା ବସାଇ ଦେଲା କନିଆଁ
ମତେ ସଙ୍ଗେ ସଙ୍ଗେ ୧୦ ଲକ୍ଷ ଦରକାର। ନହେଲେ ବେଦୀରେ ବସିବିନି। କଥା ପଡ଼ିଲା କନିଆଁ କାନରେ। ଫୁଲମାଳ ପିନ୍ଧାଇବାକୁ ଆସି ବର ଗାଲରେ ଦେଇଦେଲା ଯୌତୁକ।
ଉତ୍ତରପ୍ରଦେଶ: ଯୌତୁକ ପ୍ରଥା। ଯାହାକି ଏକ ଦଣ୍ଡନୀୟ ଅପରାଧ। ଯୌତୁକ ମାଗିବା କିମ୍ୱା ଦେବା ଅପରାଧରେ ଜେଲ୍ ଦଣ୍ଡ ବି ଭୋଗିବାକୁ ପଡୁଛି। ତଥାପି ଏବେବି ଚାଲିଛି ଯୌତୁକ ପ୍ରଥା। ହେଲେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିବା ପରେ ଆପଣ ବି କହିବେ ଏମିତି ହେବା ଉଚିତ୍। ଆଉ ଯୌତୁକ ବିରୋଧରେ ସମସ୍ତେ ମୁହଁ ଖୋଲିବା ଉଚିତ୍।
ଠିକ୍ ସେହିପରି ଅକ ଘଟଣା। ବରଯାତ୍ରୀ ସହ ବ୍ୟାଣ୍ଡ ବାଜା ନେଇ ବାହା ହେବାକୁ ଆସିଥିବା ବରକୁ ଷ୍ଟେଜ୍ ଉପରେ ଢ଼ୋ ଢ଼ା ଚାପୁଡ଼ା ମାରିଲା କନିଆଁ। ଆଉ ତା’ର କାରଣ କ’ଣ ଜାଣିଛନ୍ତି। ବର ଜଣଙ୍କୁ ବାହାଘର ପୂର୍ବରୁ ସଙ୍ଗେ ସଙ୍ଗେ ୧୦ ଲକ୍ଷ ଟଙ୍କା ଯୌତୁକ ଦରକାର ଥିଲା। ନ ହେଲେ ବାହା ହେବ ନାହିଁ ବୋଲି ଅଡ଼ି ବସିଥିଲା। ଆଉ ଏହି କଥାରେ ଫୁଲମାଳ ପିନ୍ଧାଇବା ବଦଳରେ ବର ଗାଲରେ ଚାପୁଡ଼ା ବସିଗଲା। ତାହା ପୁଣି ନିଜ କନିଆଁ ହାତରୁ।
ବରକୁ ଚାପୁଡ଼ା ଉପହାର: ତେବେ ଏହି କଥାଟି ଶୁଣିବାକୁ ବେଶ ମଜା ଲାଗୁଚିନା। ହଁ ଏପରି ଏକ ଘଟଣା ବାସ୍ତବରେ ଘଟିଛି। ଏ କଥାଟି ହେଉଛି ଉତ୍ତରପ୍ରଦେଶ ରାମପୁର ଅଞ୍ଚଳର। ଯେଉଁଠାରେ ଏକ ବାହାଘରର ଆୟୋଜନ କରାଯାଇଥିଲା।
ଏବଂ ବାହା ମଣ୍ଡପ ବି ଫୁଲ, ଲିଚୁରେ ସଜା ଯାଇଥିଲା। ବାହାଘରର ଶୁଭ ସମୟ ଥିଲା ରାତି ୧୧ଟା। ବରବି ନିଜ ବରଯାତ୍ରୀଙ୍କ ସହ ଡିଜେ ବଜାଇ ଧୂଳି ଉଡ଼ାଇ ଘୋଡ଼ା ଉପରେ ବସି ବାହା ହବାକୁ ଆସି ମଣ୍ଡପ ଉପରେ ପହଞ୍ଚିଲା।
ଯାହାପରେ ଆରମ୍ଭ ହେଲା ଅସଲ ଖେଳ। କାରଣ ବରକୁ ଦରକାର ଥିଲା ଯୌତୁକ। ତାହା ପୁଣି ୧୦ ଲକ୍ଷ ଟଙ୍କା। ଆଉ ସଙ୍ଗେ ସଙ୍ଗେ। ଆଉ ଯଦି ଟଙ୍କା ନ ଦିଆଯାଏ ତାହାଲେ ବେଦୀ ଉପରେ ବସିବନି ବୋଲି ରୋକଠୋକ୍ ମନା କରିଦେଲା।
ବର ଓ କନିଆଁ ଉଭୟଙ୍କ ପରିବାର ମଧ୍ୟରେ ଏହି ଘଟଣାକୁ ନେଇ ଯୁକ୍ତି ତର୍କ ଲାଗି ରହିଲା। ହେଲେ ଶେଷରେ ଭୋର ୪ଟା ବେଳକୁ ବାହା ହବାକୁ ରାଜି ହେଲା ବର। ହେଲେ ସେତେବେଳକୁ ଏହି କାଣ୍ଡ କଥା କନିଆଁ କାନରେ ପଡି ସାରିଥିଲା। ଆଉ ମଣ୍ଡପ ଉପରକୁ ମାଳା ପିନ୍ଧାଇବାକୁ ଆସିଥିବା କନିଆଁ ଯୌତୁକ ମାଗିବା ରାଗରେ ବର ଗାଲରେ ଢ଼ୋ ଢ଼ା କରି ଚାପୁଡା ବସେଇ ଥିଲା।
୧୨ରୁ ଅଧିକ ଆହତ: ଆଉ ଏହି କଥାକୁ ନେଇ ଦୁଇ ପରିବାର ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଲା। କଥା ଏତେ ବାଟ ବଢ଼ିଗଲା ଯେ ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହେଲେ। ପରେ ସେଠାରେ ଥିବା କେହି ଜଣେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଲେ।
ଆଉ ପୋଲିସ ମଧ୍ୟ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଆସି ପହଞ୍ଚିଲା। ସେପଟେ ପୋଲିସକୁ ଦେଖି ଛୁ ମାରିଲେ ବରପକ୍ଷ। ହେଲେ ବରର ବାପା ପୋଲିସ ହାତରେ ଧରା ପଡି ଗିରଫ ହେଲେ। ଏହାସହ ୧୨ରୁ ଅଧିକ ଆହତଙ୍କୁ ହସ୍ପିଟାଲ ପଠାଇଲା ପୋଲିସ।