fbpx

ଭୁବନେଶ୍ୱରରେ ପହଞ୍ଚିଲା ଡା.ଅଜୟ ପରିଡ଼ାଙ୍କ ମରଶରୀର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଆଇଏଲଏସ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ଗତକାଲି ଗୌହାଟୀରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଅଜୟଙ୍କ ମରଶରୀର । ଆଇଏଲଏସ କାର୍ଯ୍ୟାଳୟରେ ଶେଷଦର୍ଶନ ପାଇଁ ବ୍ୟବସ୍ଥା ହୋଇଛି । ଜନ୍ମମାଟି ଯାଜପୁର ଭଗବାନପୁରରେ ଅଜୟ ପରିଡ଼ାଙ୍କର ଶେଷକୃତ୍ୟ ହେବ । କାଲି ଗୌହାଟୀରେ ହୃଦଘାତରେ ୫୮ ବର୍ଷୀୟ ଅଜୟ ପରିଡ଼ାଙ୍କର ଦେହାନ୍ତ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ, ସେ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ ।

ତେବେ ଅଜୟ କୁମାର ପରିଡ଼ା ୧୨ ଡିସେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଭାରତୀୟ ଜୀବବିଜ୍ଞାନୀ, ଯିଏକି କୃଷି, ପ୍ଲାଣ୍ଟ ମଲିକ୍ୟୁଲାର ବାୟୋଲୋଜି ଓ ବାୟୋଟେକ୍‌ନୋଲୋଜି ବିଷୟମାନଙ୍କରେ ତାଙ୍କର ଦାନ ନିମନ୍ତେ ଜଣାଶୁଣା ଥିଲେ । ସନ ୨୦୧୪ରେ ପରିଡ଼ାଙ୍କୁ ଭାରତର ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ । ଯାହା ତାଙ୍କର ବିଜ୍ଞାନ ଓ ଟେକ୍‌ନିଲୋଜିକୁ ଦାନ ନିମନ୍ତେ ଉଦ୍ଦିଷ୍ଟ ଥିଲା । ଅଜୟ କୁମାର ଓଡ଼ିଶାରେ ଜନ୍ମ ଗ୍ରହଣ କରି ବଢ଼ିଥଲେ ଓ ଚେନାଇର ଏମ. ଏସ. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନର ଏକ୍‌ଜିକ୍ୟୁଟିଭ ନିର୍ଦ୍ଦେଶକ ଥିଲେ । ସ୍ଥାନୀୟ ଜଳବାୟୁ ପରିବର୍ତ୍ତନ‌କୁ ଖାପ ଖୁଆଇ କେତେକ କୃଷି କାମରେ ପରିବର୍ତ୍ତନ ଆଣିବାକୁ ସେ ଗବେଷଣା କରି ସଫଳ ହୋଇଥିଲେ ।

Get real time updates directly on you device, subscribe now.