fbpx

କ୍ୟାଟ୍ରିନାଙ୍କ ଭାଉଜ ହେବେ ଇଲିଆନା ! ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ବଲିଉଡରେ ଚର୍ଚ୍ଚା

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି । କ୍ୟାଟ୍ରିନାଙ୍କ ଜନ୍ମଦିନରେ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ସହିତ ମାଲଦ୍ୱୀପରେ ଛୁଟି କାଟୁଥିବାର ଦେଖିବାକୁ ମିଳିଥିଲା । ଭାଇରାଲ ଫଟୋରେ କ୍ୟାଟ୍ରିନା ତାଙ୍କ ସ୍ୱାମୀ ତଥା ଅଭିନେତା ବିକି, ସନ୍ନି କୌଶଲ, ମିନି ମଥୁର, ଭାଇ ସେବାଷ୍ଟିଆନ, ଆନନ୍ଦ ତିୱାରୀ ଏବଂ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ନଜର ଆସିଥିଲେ । ହେଲେ ବର୍ତ୍ତମାନ ଏହି ଫଟୋରୁ ନୂଆ ଖବର ଶୁଣିବାକୁ ମିଳୁଛି । ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଛି ।

ନିକଟରେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍‌ ଏବଂ ଇଲିଆନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଗତ ୬ ମାସ ହେବ ଉଭୟ ପରସ୍ପର ସହ ସମ୍ପର୍କ ଅଛନ୍ତି । କହିବାକୁ ଗଲେ କ୍ୟାଟ୍ରିନାଙ୍କ ଭାଇ ସେବାଷ୍ଟିଆନ୍‌ ବ୍ରିଟେନର ଜଣେ ମଡେଲ । ଇଟାଇମ୍ସର ରିପୋର୍ଟ ଅନୁଯାୟୀ କୁହାଯାଇଛି କି ସେବାଷ୍ଟିଆନ୍‌ ଏବଂ ଇଲିଆନା କେବଳ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ ମଧ୍ୟ କରୁଛନ୍ତି । ବାନ୍ଦ୍ରାସ୍ଥିତ କ୍ୟାଟ୍ରିନାଙ୍କ ପୁରୁଣା ଘରେ ଏକାଠି ସମୟ ବିତାଉଛନ୍ତି ।

ଏହି ସବୁ ଖବର ସାମ୍ନାକୁ ଆସିବା ପରେ, ନା ନା କଳ୍ପନା କରାଯାଉଛି । ପୂର୍ବରୁ ଇଲିଆନା ଫଟୋଗ୍ରାଫର ଆଣ୍ଡ୍ରିୟୁଙ୍କୁ ଡେଟ କରୁଥିଲେ । ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକି ମିଳିଥିଲା । ଉଭୟ ମଧ୍ୟ ପରସ୍ପର ପ୍ରତି ଅତ୍ୟନ୍ତ ଗମ୍ଭୀର ଥିଲେ, କିନ୍ତୁ ଉଭୟଙ୍କ ଏହି ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା । ବ୍ରେକଅପ୍‌ ପରେ ଇଲିଆନା ବହୁତ ଭାଙ୍ଗି ଯାଇଥିଲେ ସବୁଠାରୁ ବଡ କଥା ହେଲା ଇଲିଆନା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଥାଆନ୍ତି ।

Get real time updates directly on you device, subscribe now.