fbpx

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ: ହେଡଫୋନ୍ ହେବ କାଳ, ୨୦୫୦ ସୁଦ୍ଧା ୨୫୦ କୋଟି ଲୋକ ବଧିର ହୋଇପାରନ୍ତି

ନୁଆଦିଲ୍ଲୀ: ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି, ଯାହା ପୁରା ବିଶ୍ୱବାସୀଙ୍କୁ ଚକିତ କରିଛି । ଏହି ଗବେଷଣାରେ ୧୮ ରୁ ୭୫ ବର୍ଷ ବୟସ ମଧ୍ୟରେ ୧୮୬,୪୬୦ ଲୋକ ସାମିଲ କରାଯାଇଥିଲା । ଗବେଷଣା ଅନୁଯାୟୀ, ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକଙ୍କର ଶ୍ରବଣ ସମସ୍ୟା ହେଉଥିବା ସ୍ପଷ୍ଟ ହୋଇଛି । ଆଜିକାଲି, ଅଟୋରେ, ବସରେ ହେଉ କିମ୍ବା ମେଟ୍ରୋରେ, ଅଧିକାଂଶ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ୍ (ଇୟରଫୋନ୍ କିମ୍ବା ହେଡଫୋନ୍) ଲଗାଇ ସମୟ ଅତିବାହିତ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ପ୍ରମାଣିତ ହେଉଛି । ଫ୍ରାନ୍ସର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ ଆଣ୍ଡ ମେଡିକାଲ ଇନଷ୍ଟିଚ୍ୟୁଟର ଅନୁସନ୍ଧାନରୁ ଜଣାପଡିଛି ଯେ, ଫ୍ରାନ୍ସର ଚାରିଜଣଙ୍କ ମଧ୍ୟରୁ ଜଣେ ଶ୍ରବଣ ସମସ୍ୟା ଭୋଗୁଛନ୍ତି । ସେଠାରେ ଜନସଂଖ୍ୟାର ୨୫% ଲୋକଙ୍କର ଏପରି ସମସ୍ୟା ଦେଖାଦେଉଛି । ଅର୍ଥାତ୍ ସେମାନେ ଧୀରେ ଧୀରେ ବଧିର ହୋଇଯାଉଛନ୍ତି ।

ପ୍ରଥମ ଥର ପାଇଁ ଫ୍ରାନ୍ସରେ ଏହିପରି ଗବେଷଣା କରାଯାଇଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ ପୂର୍ବରୁ କମ୍ ଲୋକଙ୍କୁ ନେଇ ଲୋ- ସ୍କେଲର ଗବେଷଣା କରାଯାଇଥିଲା । କିନ୍ତୁ ଏଥର ବିସ୍ତୃତ ଭାବେ ଗବେଷଣା କରାଯାଇଛି । ଯେଉଁଥିରେ ଜୀବନଶୈଳୀ, ସାମାଜିକ ବିଚ୍ଛିନ୍ନତା, ଅବସାଦ ଏବଂ ଉଚ୍ଚ ସଂଗୀତର ସଂସ୍ପର୍ଶରେ ଆସିବା ହେତୁ ଲୋକମାନେ ଶୁଣିବାରେ ସମସ୍ୟା ଭୋଗୁଥିବା ଜଣାପଡିଛି । ଗବେଷଣାରୁ ଜଣାପଡିଛି ଯେ ଡାଏବେଟିସ୍ ଏବଂ ଅବସାଦ ହେତୁ କିଛି ଲୋକଙ୍କର ଶ୍ରବଣ ସମସ୍ୟା ହେଉଛି । ଏଥିସହିତ ନିଃସଙ୍ଗ ଜୀବନସହ ସହରର କୋଳାହଳ ଶବ୍ଦ ଏବଂ ହେଡଫୋନ୍ବ୍ୟ ବହାର କରିବା କାରଣରୁ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ବିଶ୍ୱରେ ପ୍ରାୟ ୧୫୦୦ ନିୟୁତ ଲୋକ କୌଣସି ନା କୌଣସି ନା କୌଣସି ରୂପରେ ଶ୍ରବଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ୨୦୫୦ ସୁଦ୍ଧା ଏହି ସଂଖ୍ୟା ୨୫୦ କୋଟିକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ତେଣୁ ଏହାକୁ ଏକ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ଦେଖାଯାଉଛି ।

Get real time updates directly on you device, subscribe now.