fbpx
BSKY SKY
BSKY SKY

ଆଗକୁ ପୁଣି ବଢ଼ିବ ବର୍ଷା, ୨୧ରୁ ପ୍ରବଳ ଛେଚିବ

BSKY

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ରାଜ୍ୟରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ବି ବର୍ଷା ପରିମାଣ କମିଛି। କିଛି ଜିଲ୍ଲାରେ ସାମାନ୍ୟ ବର୍ଷା ହୋଇଥିଲା। ତେବେ ଆଜି ବି ସେହିଭଳି ପାଗ ଜାରି ରହିବ। ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ଉତ୍ତର ଆଭ୍ୟନ୍ତରୀଣ ଓ ଅନ୍ୟ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆଗକୁ ପୁଣି ବଢ଼ିବ ବର୍ଷା। ୨୧ରୁ ବଦଳିବ ପାଣିପାଗ । ଗୁରୁବାର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ପ୍ରବଳ ବର୍ଷ ସମ୍ଭାବନା ରହିଛି। ସେହିଭଳି ୨୨ରେ ଝାରସୁଗୁଡ଼ା, ସମ୍ବଲପୁର,ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ କେନ୍ଦ୍ରାପଡ଼ାରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।

ଗତକାଲି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ଶୁଖିଲା ରହିଛି । ଭୁବନେଶ୍ୱରରେ ୨୦.୮ ମିଲିମିଟର ବର୍ଷା ହୋଇଛି । କଟକରେ ୧୬.୮, କେନ୍ଦ୍ରାପଡ଼ାରେ ୮.୩, ବଲାଙ୍ଗୀରରେ ୩.୨ ଓ ବାରିପଦାରେ ୨.୨ମିମି ବର୍ଷା ରେକର୍ଡ କରାଯାଇଥିଲା।

Get real time updates directly on you device, subscribe now.