ଅସହ୍ୟ ଗରମରୁ ମୁକ୍ତ ଦିଏ ଡ୍ରାଗନ ଫ୍ରୁଟ: ଏହି ସବୁ ଉପାୟରେ ଶରୀରରେ ଯୋଗାଏ ଶକ୍ତି

ନୂଆଦିଲ୍ଳୀ: ଗତ କିଛି ବର୍ଷରେ ଲୋକମାନଙ୍କର ଖୁବ ପ୍ରିୟ ହୋଇ ପାରିଛି ଡ୍ରାଗନ ଫୁଡ । କମ କ୍ୟାଲୋରୀଯୁକ୍ତ ଫଳରେ ଅନେକ ପୋଷକ ତତ୍ତ୍ୱ ରହିଥିବାରୁ ଏହାର ଚାହିଦା ବେଶ ବଢିବାରେ ଲାଗିଛି । ତେବେ ଗ୍ରୀଷ୍ମ ଋତୁରେ ଲୋକଙ୍କ ପାଇଁ ଏହି ଫଳ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ଭାରତରେ ଏହାର ଲୋକପ୍ରିୟତାକୁ ଦେଖି ଡ୍ରାଗନ ଫୁହର ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି ।

ଏହି ଫଳରେ ଭିଟାମିନ ଏ, ଭିଟାମିନ ସି, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ଆଇରନ ପରି ମିନେରାଲ୍ସ ରହିଛି । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ଅଧିକ ପରିମାଣରେ ରହିଥାଏ, ଯାହା ମଣିଷର ଶରୀରର ଊଘଇକୁ ଡ୍ୟାମେଜ କରିବାରୁ ରକ୍ଷା କରିଥାଏ । ଡ୍ରାଗନ ଫୁଡରେ ଭରପୂର ରହିଥିବା ଫାଇବର ହଜମ ପ୍ରକ୍ରିୟାକୁ ଠିକ ରକିବା ସହିତ ଶରୀରରେ ଶର୍କରାର ପରିମାଣ ନିୟନ୍ତ୍ରିତ ରଖିଥାଏ । ଏହାବ୍ୟତୀତ ଡ୍ରାଗନ ଫୁଡରେ ଫେନୋଲିକ ଏସିଡ, ଫ୍ଲାଭୋନାଏଡ ଏବଂ ବେଟାସାନିନ ଇତ୍ୟାଦି ଆଣ୍ଟିଅକ୍ସାଇଡ ସାମିଲ ରହିଥାଏ । ଫ୍ରି ରେଡିକଲ ଡ୍ୟାମେଜରୁ ରକ୍ଷା କରିବା ସହିତ ଏହା ବାର୍ଦ୍ଧକ୍ୟର ଲକ୍ଷଣ ଏବଂ କର୍କଟ ରୋଗ ଭଳି ଅନେକ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।