fbpx

ନ୍ୟୁକ୍ଲିୟର ହତିଆରକୁ କଣ୍ଟ୍ରୋଲ କରିବ ଡ୍ରାଗନ୍! AI ଜରିଆରେ ହେବ ସମ୍ଭବ…

ନୂଆଦିଲ୍ଲୀ: ପରମାଣୁ ଅସ୍ତ୍ରର ବିନାଶକାରୀ ରୂପ ସାରା ବିଶ୍ୱ ଦେଖି ସାରିଛି । ୧୯୪୫ ମସିହାରେ ଜାପାନର ହିରୋସୀମା ଏବଂ ନାଗାସାକିରେ ହୋଇଥିବା ନ୍ୟୁକ୍ଲିୟର ଆକ୍ରମଣ ଏହାର ଉଦାହରଣ ହୋଇ ରହିଛି । ତେବେ ପରେ ଋଷ, ଫ୍ରାନ୍ସ, ବ୍ରିଟେନ୍, ଭାରତ ସମେତ ଅନେକ ଦେଶ ପରମାଣୁ ଅସ୍ତ୍ର ନିର୍ମାଣ କରିବାର କ୍ଷମତା ହାସଲ କରିଛନ୍ତି । ଫଳରେ ଏହାକୁ ନେଇ ଭୟ ଆହୁରି ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଖୁବ ଚର୍ଚ୍ଚାରେ ରହିଥିବା ବେଳେ ଆମେରିକା ଏବଂ ଚୀନ ସମେତ ଅନ୍ୟ କିଛି ରାଷ୍ଟ୍ର ଏହାକୁ ସେନାବାହିନୀରେ ବ୍ୟବହାର କରିଛନ୍ତି । କିନ୍ତୁ ଏବେ ଏହି ଏଆଇ ଜରିଆରେ ପରମାଣୁ ଅସ୍ତ୍ରକୁ କଣ୍ଟ୍ରୋଲ କରିବା ନେଇ ମଧ୍ୟ ଆଲୋଚନା ହେଲାଣି ।

ଏହି ବିପଦକୁ କମ୍ କରିବା ପାଇଁ ବିଶ୍ୱର ୬୦ଟି ଦେଶ ଦକ୍ଷିଣ କୋରିଆରେ ଏକାଠି ହୋଇଛନ୍ତି । ପରମାଣୁ ଅସ୍ତ୍ରର ନିୟନ୍ତ୍ରଣ ମଣିଷ ହାତରେ ରଖିବା ପାଇଁ ନିଷ୍ପତ୍ତି ହିଁ ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ରହିଥିଲା । କିନ୍ତୁ ଚୀନ ଏହି ଚୁକ୍ତିରୁ ନିଜକୁ ଦୂରେଇ ରଖିଛି । ସେହିପରି ୟୁକ୍ରେନ ଯୁଦ୍ଧା ପାଇଁ ଋଷକୁ ମଧ୍ୟ ଏଥିରେ ସାମିଲ କରାଯାଇ ନାହିଁ । ବିଶ୍ୱରେ ସର୍ବାଧିକ ପରମାଣୁ ଅସ୍ତ୍ର ରଖିଥିବା ଦୁଇଟି ଦେଶ ଏହି ବୈଠକରେ ସାମିଲ ହୋଇନାହାନ୍ତି । ଯାହା ବର୍ତ୍ତମାନ ସାରା ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଛି । ତେବେ ଏହି ସମ୍ମେଳନରେ ବ୍ଲୁ ପ୍ରିଣ୍ଟ ଅଫ୍ ଆକ୍ସନକୁ ମଞ୍ଜୁରୀ ଦିଆଯିବା ସହ ପରମାଣୁ ହତିଆରର ଉପଯୋଗ ତଥା ଏହାସହ ଜଡ଼ିତ ସମସ୍ତ କାର୍ଯ୍ୟ ସର୍ବଦା ମାନବୀୟ ନିୟନ୍ତ୍ରଣରେ ରହିବ ।

ପରମାଣୁ ଅସ୍ତ୍ର ପରି ବିନାଶକାରୀ ଅସ୍ତ୍ରର ବ୍ୟବହାର ଶେଷ ବିକଳ୍ପ ହେବା ଉଚିତ୍ । ସେମାନେ ଭୟଙ୍କର ବିନାଶର ଏକ ଟ୍ରେଲ୍ ଛାଡିଛନ୍ତି ଏବଂ ପିଢୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ । ଏହାର କାରଣ ହେଉଛି ଗତ ଆଠ ଦଶନ୍ଧି ମଧ୍ୟରେ ସମସ୍ତ ବିବାଦ ପରେ ଦ୍ୱିତୀୟ ଥର ପରମାଣୁ ଅସ୍ତ୍ର ବ୍ୟବହାର କରାଯାଇ ନାହିଁ। ଆଣବିକ ଅସ୍ତ୍ର ସମ୍ବନ୍ଧରେ, ମଣିଷ ଉପରେ ବିଶ୍ୱାସ କରିବା ଭଲ ହେବ, ନଚେତ୍ ୧୯୮୩ ମସିହା ଶୀତଳ ଯୁଦ୍ଧ ଭଳି ପରିସ୍ଥିତିରେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାରର ସମ୍ଭାବନା ବୃଦ୍ଧି ପାଇପାରେ ।

Get real time updates directly on you device, subscribe now.