ଶତ୍ରୁଙ୍କ ନିପାତ ପାଇଁ ଆସିଲା ବ୍ରହ୍ମାସ୍ତ୍ର, DRDO-ARDE ଆଣିଲା ନୂଆ କାର୍ବାଇନ ବନ୍ଧୁକ
ନୂଆ କାର୍ବାଇନ ଆଣିଲା ପୁନେ ସ୍ଥିତ DRDO-ARDE । ଏହି ନୂତନ କାର୍ବାଇନ୍ ଦଶନ୍ଧି ପୁରୁଣା 9mm ଷ୍ଟର୍ଲିଂ କାର୍ବାଇନର ଜାଗା ନେବ ।
ନୂଆଦିଲ୍ଲୀ: ନୂଆ କାର୍ବାଇନ ଆଣିଲା ପୁନେ ସ୍ଥିତ DRDO-ARDE । କ୍ଲୋଜ କ୍ବାର୍ଟର ବ୍ୟାଟଲ(CQB) କାର୍ବାଇନ ଆଣିଲା । ଭାରତୀୟ ସେନାବାହିନୀର ଅପରେସନାଲ କାମ ପାଇଁ ଲାଗିବ । ବିଶେଷ କରି ସହରୀ ଯୁଦ୍ଧ, ଆତଙ୍କୀ ବିରୋଧୀ କାର୍ଯ୍ୟରେ ଲାଗିବ ।
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପାଇଁ ଭାରତ ଆଉ ଏକ ଦୃଢ଼ ପଦକ୍ଷେପ ନେଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଅର୍ଥାତ୍ DRDO ଏକ ଶାନଦାର କାର୍ବାଇନ୍ ବନ୍ଧୁକ ତିଆରି କରିଛି। ପୁଣେ ସ୍ଥିତ ଆର୍ମାମେଣ୍ଟ୍ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ଏଷ୍ଟାବ୍ଲିସ୍ମେଣ୍ଟ୍ (ARDE) ଡିଜାଇନ୍ ଉପରେ ନିର୍ମିତ ଏହି ବନ୍ଧୁକକୁ ଭାରତୀୟ ସେନା ବହୁତ ପସନ୍ଦ କରିଛି। ଏହି ନୂତନ କାର୍ବାଇନ୍ ଦଶନ୍ଧି ପୁରୁଣା 9mm ଷ୍ଟର୍ଲିଂ କାର୍ବାଇନର ଜାଗା ନେବ ।
କ୍ଲୋଜ୍ କ୍ୱାର୍ଟର ଯୁଦ୍ଧର ବ୍ରହ୍ମାସ୍ତ୍ର
ଏହି CQB କାର୍ବାଇନ୍ ବିଶେଷ ଭାବରେ ‘କ୍ଲୋଜ୍ କ୍ୱାର୍ଟର ବେଟଲ୍’ ଅର୍ଥାତ ନିକଟ ଯୁଦ୍ଧ ପାଇଁ ଡିଜାଇନ୍ କରାଯାଇଛି, ଯେଉଁଠାରେ ସୈନିକମାନଙ୍କୁ ଆତଙ୍କବାଦୀଙ୍କ ସହିତ ମୁହାଁମୁହିଁ ଲଢ଼ିବାକୁ ପଡ଼ିଥାଏ। ଏହି ଅସ୍ତ୍ର ଛୋଟ, ହାଲୁକା ଏବଂ ଦ୍ରୁତ, ଯାହା ଫଳରେ ସୈନିକମାନେ ଏହାକୁ ସହଜରେ ବ୍ୟବହାର କରିପାରିବେ।
ପୁରୁଣା ଷ୍ଟର୍ଲିଂ କାର୍ବାଇନ୍ 1940 ଦଶକର ଥିଲା ଏବଂ ଦୁର୍ବଳ ଥିଲା, କିନ୍ତୁ ଏହି ନୂତନ କାର୍ବାଇନ୍ 5.56×45 mm ଗୁଳି ଫୁଟାଏ, ଯାହା INSAS ରାଇଫଲ୍ର ଗୁଳି ସହିତ ସମାନ। ଏହି ଗୁଳିକୁ ନେବା ଆଣିବାରେ ସେନାକୁ ସହଜ ହେବ କାରଣ ଏହି ଗୁଳି ପୂର୍ବରୁ ବ୍ୟବହୃତ ହୋଇସାରିଛି।
ଏହି ଅସ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ବହୁତ ସଠିକ୍ ଲକ୍ଷସ୍ଥଳକୁ ଭେଦ କରେ। ଏହା ଦୁଇଟି ଉପାୟରେ କାମ କରେ। ଗୋଟିଏ ହେଲା କି, ଏହା ଗୋଟିଏ ଥରରେ ଗୋଟିଏ ଗୁଳି କିମ୍ବା ଲଗାତାର ବହୁତ ଗୁଳି ଫୁଟାଇପାରେ। ଗୁଳି ଯେତେବେଳେ ଫୁଟେ, ସେତେବେଳେ ଅସ୍ତ୍ରଟି ଅଧିକ ହଲିନଥାଏ । ଯାହା ଫଳରେ ଲକ୍ଷ୍ୟ ଠିକ ଭାବରେ ଭେଦ କରିପାରେ।
ଏହାର ଓଜନ ପାଖାପାଖି 3 କିଲୋଗ୍ରାମ, ତେଣୁ ସୈନିକମାନେ ଏହାକୁ ଦୀର୍ଘସମୟ ପର୍ଯ୍ୟନ୍ତ ସହଜରେ କ୍ୟାରି କରିପାରିବେ। ଏହା 100-150 ମିଟର ପର୍ଯ୍ୟନ୍ତ ସଠିକ୍ ଭାବରେ ଲକ୍ଷ୍ୟଭେଦ କରିପାରିବ, ଯାହା ସହର କିମ୍ବା ଜଙ୍ଗଲରେ ହେଉଥିବା ଯୁଦ୍ଧ ପାଇଁ ଯଥେଷ୍ଟ।