fbpx

DRDO ଦ୍ୱାରା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଅବଦୁଲ କଲାମ ଦ୍ୱୀପରୁ ଲଞ୍ଚ୍ ହେଲା Prithvi-2 ଏବଂ AD- 1 Interceptor Missile

ବାଲେଶ୍ୱର: ଆଜି ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ DRDO ଦ୍ୱାରା କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଲଞ୍ଚ୍ ପ୍ୟାଡ୍ ୩ରୁ ପ୍ରଥମେ ପୃଥିବୀ-୨ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚ୍ କରାଯାଇଥିଲା । ଏହା ପରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର AD- 1 ଲଞ୍ଚ୍ ହୋଇଥିଲା । ଏହି ଟେଷ୍ଟିଂ ସନ୍ଧ୍ୟା ୪ଟା ୧୫ ମିନିଟରେ କରାଯାଇଥିଲା । ତେବେ ଏହି ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରାୟ ୧୦, ୫୮୧ ଗାଁ ଲୋକଙ୍କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କୁ ରହିବା ଓ ଖାଇବା ଭଳି ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା ।

AD- 1 ଇଣ୍ଟରସେପ୍ଟେଡ୍ କ୍ଷେପଣାସ୍ତ୍ର କ’ଣ ?

AD- 1 ହେଉଛି ଏକ ସମୁଦ୍ର ଆଧାରିତ ଏଣ୍ଡୋ ଆଟମୋସ୍ଫିୟରିକ୍ ବିଏମଡି ଇଣ୍ଟରସେପ୍ଟର ମିଶାଇଲ । ଏହି ମିଶାଇଲ ପାକିସ୍ତାନ କିମ୍ବା ଚୀନ ତରଫରୁ ଆସୁଥିବା ବାଲାଷ୍ଟିକ୍ ମିଶାଇଲକୁ ବାୟୁମଣ୍ଡଳ ନିକଟରେ ନଷ୍ଟ କରିବାର କ୍ଷମତା ରଖିଛି । ଏହି ମିଶାଇଲର ୨ ଟି ଭାରିଆଣ୍ଟ ରହିଛି ପ୍ରଥମ AD- 1 ଏବଂ ଦ୍ୱିତୀୟ AD- 2 । ଏହି ଦୁଇଟି ମିଶାଇଲ ଶତ୍ରୁର IRBM ମିଶାଇଲକୁ ଇଣ୍ଟରସେପ୍ଟ କରିପାରିବ । ଏହି ମିଶାଇଲ ଗତିି ହେଉଛି ୫୩୬୭ କିଲୋମିଟର ପ୍ରତି ଘଣ୍ଟା । ଭୂପୃଷ୍ଠରୁ ୧୦୦୦-୩୦୦୦ କିଲୋମିଟର ଦୂରରୁ ଶତ୍ରୁର ମିଶାଇଲକୁ ନଷ୍ଟ କରିପାରିବ । ସେହିପରି AD- 2 କ୍ଷେପଣାସ୍ତ୍ର ହେଉଛି ଏକ ଲମ୍ବା ଦୂରଗାମୀ ଇଣ୍ଟରସେପ୍ଟର ମିଶାଇଲ । ଏହା ଲମ୍ବା ଦୂରଗାମୀ ବାଲାଷ୍ଟିକ ମିଶାଇଲ ସହ ବିମାନର ଲୋ ଏକ୍ସୋ – ଏଟମୋସ୍ଫିୟରିକ୍ ଏବଂ ଏଣ୍ଡୋ ଏଟମୋସ୍ଫିୟରିକ ଇଣ୍ଟରସେପ୍ସନ ପାଇଁ ଡିଜାଇନ୍ କରାଯାଇଛି ।

Prithvi-2 ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ’ଣ ?

ଏହା ହେଉଛି ଭାରତର ସବୁଠାରୁ ଛୋଟ ଏବଂ ହାଲୁକା କ୍ଷେପଣାସ୍ତ୍ର । ଏହାର ଓଜନ ୪୬୦୦ କିଲୋଗ୍ରାମ ହୋଇଥିବା ବେଳେ ୮.୫୬ ମିଟର ଲମ୍ବା ଅଟେ । ଏହାର ରେଞ୍ଜ ହେଉଛି ୩୫୦ କିଲୋମିଟର । ଏଥିରେ ପ୍ରାୟ ୫୦୦ରୁ ୧୦୦୦ କେଜି ପର୍ଯ୍ୟନ୍ତ ପାରମ୍ପରିକ କିମ୍ବା ପରମାଣୁ ଅସ୍ତ୍ରଶସ୍ତ୍ର ଲଗାଯାଇପାରିବ ।

 

Get real time updates directly on you device, subscribe now.