fbpx

ଭାରତ ପାଇଁ ଖେଳିବା ପିଲାବେଳୁ ଥିଲା ସ୍ୱପ୍ନ: ଚହଲଙ୍କଠାରୁ ଟି-୨୦ କ୍ୟାପ ଗ୍ରହଣ କଲେ ଏହି ଖେଳାଳି

କୋଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ତେବେ ଏହି ମ୍ୟାଚର ଡେବ୍ୟୁଟାଣ୍ଟ ରବି ବିଷ୍ଣୋଇ କରିଥିଲେ ଜବରଦସ୍ତ ପ୍ରଦର୍ଶନ । ୪ ଓଭର ବୋଲିଂ କରି ୧୭ ବ୍ୟୟ କରିବା ସହ ହାସଲ କରିଛନ୍ତି ୨ଟି ମୂଲ୍ୟବାନ ୱିକେଟ । ତାଙ୍କର ଏହି ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦ ମ୍ୟାଚରେ ପୁରସ୍କୃତ ମଧ୍ୟ କରାଯାଇଛି । ତେବେ ମ୍ୟାଚ ପରେ ସାକ୍ଷାତକାରରେ ସେ କହିଛନ୍ତି ଭାରତ ପକ୍ଷରୁ ଖେଳିବା ସ୍ୱପ୍ନ ପୂରଣ ହେବା ସହିତ ସମାନ । ଏହା ସହିତ ଅନେକ କଥା ପ୍ରକାଶ କରିଛନ୍ତି ରବି ବିଷ୍ଣୋଇ । ଦଳରେ ଯୋଡି ହେବା ସମୟରେ ଖୁବ ନର୍ଭସ ଥିବା ସେ କହିଥିଲେ । ଏହାପରେ କୋଚ ରାହୁଲ ଦ୍ରାବିଡ ଏବଂ ଅନ୍ୟ ଖେଳାଳି ତାଙ୍କୁ ପ୍ରେରଣା ଦେଇଥିଲେ ।

ଡେବ୍ୟୁ କ୍ୟାପ ପାଇବା ପରେ ବିଷ୍ଣୋଇ କହିଥିଲେ ଯେ ଭାରତ ପାଇଁ ଖେଳିବା ସମସ୍ତଙ୍କ ପାଇଁ ସ୍ୱପ୍ନ ହୋଇଥାଏ । ଏବଂ ଆଜଚି ମୋର ଏହି ସ୍ୱପ୍ନ ସାକାର ହୋଇଛି । ଲେଗ ସ୍ପିନର ରବି ବିଷେଣ୍ାଇ ଟି-୨୦ର ଟ୍ରପି ପ୍ରଦାନ କରିଥିଲେ ଭାରତର ଷ୍ଟାର ବୋଲର ୟୁଜବେନ୍ଦ୍ର ଚହଲ । ତେବେ ଉଭୟ ଘଟରା ତାଙ୍କ ପାଇଁ ସ୍ୱପ୍ନ ଥିଲା ବୋଲି ସେ ପ୍ରକାଶ କରିଥିଲେ । ବିପକ୍ଷ ଦଳର କୌଣସି ଖେଳାଳିଙ୍କୁ କିଛି ସୁଯୋଗ ଦେବାକୁ ଚହାଁ ନଥିଲେ ବିଷ୍ଣୋଇ । କିନ୍ତୁ ମ୍ୟାଚରେ ସେ ୬ଟି ୱାଇଡ ବଲ ଫିଙ୍ଗିଥିଲେ । ଯାହାକୁ ନେଇ ସେ ସାମାନ୍ୟ ଚିନ୍ତିତ ଥିଲେ, ଏବଂ ଆଗକୁ ଏହାକୁ ସୁଧାରିବାକୁ ଚେଷ୍ଟା କରିବେ ।

Get real time updates directly on you device, subscribe now.