fbpx

ଅଧା ରହିଗଲା ମାଆର ସ୍ୱପ୍ନ: ମାୟା ନଗରୀକୁ ଚାକିରି ସନ୍ଧାନରେ ଯାଉଥିଲା ଝିଅ, ସବୁ ଛାରଖାର କରିଦେଲା ଦୁର୍ଘଟଣା

ନୂଆଦିଲ୍ଲୀ: ଦୁର୍ଘଟଣା ଏପରି ଏକ ଯମ ଯିଏ କି ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଥାଏ । ମହାରାଷ୍ଟ୍ରର ବୁଲଢାଣାରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ୨୬ ଜଣଙ୍କ ଜୀବନ ନେବା ସହିତ ଅନେକଙ୍କ ଆଖିରେ ଲୁହ ଭରିଦେଇଛି । ସମୃଦ୍ଧି ଏକ୍ସପ୍ରେସ ୱେରେ ମୋଟ ୩୩ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଦୁର୍ଭାଗ୍ୟବଶତଃ ବସଟି ଜଳିଯିବାରୁ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୪ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ବସର ଟାୟାର ଫାଟିବା ଫଳରେ ତାହା ଗୋଟିଏ ଖୁମ୍ବ ଓ ଡିଭାଇଡରରେ ଜୋରରେ ପିଟି ହୋଇଯାଇଥିଲା । ଏହାପରେ ବସଟି ଓଲଟି ପଡ଼ିବା ସହିତ ସେଥିରେ ନିଆଁ ଲାଗିଯାଇଥିବା ପୋଲିସ ଅଧିକ୍ଷକ ସୂଚନା ଦେଇଛନ୍ତି ।

ତେବେ ଏହି ବସ୍ ଦୁର୍ଘଟଣାରେ ଅକାଳରେ ଚାଲିଯାଇଛି ଜଣେ ୨୫ ବର୍ଷୀୟ ମଡେଲ ତଥା ମେକଅପ୍ ଆର୍ଟିଷ୍ଟଙ୍କ ଜୀବନ । ତାଙ୍କର ନାମ ହେଉଛି ଅବନ୍ତୀ ପରିମଲ ପୋହାଣେକର । ଅବନ୍ତୀଙ୍କୁ ୩-୪ ବର୍ଷ ବୟସ ହୋଇଥିବା ସମୟରେ ତାଙ୍କର ପିତା ଆରପାରିକୁ ଚାଲିଯାଇଥିଲେ । ଏହାପରେ ତାଙ୍କର ମାଆ ପ୍ରଣିତା ନିଜର ଝିଅମାନଙ୍କୁ ବହୁକଷ୍ଟରେ ମଣିଷ କରିବା ସହିତ ପାଠ ପଢ଼ାଇଥିଲେ । ଧୀରେଧୀରେ ପରିବାରର ଆର୍ଥିକ ଅବସ୍ଥା ବଦଳିବା ସହିତ ଝିଅମାନେ ବଡ଼ ହୋଇଥିଲେ ଓ ଚାକିରି କରିଥିଲେ ।

ମାଆ ପ୍ରଣିତା ଝିଅ ଅବନ୍ତୀଙ୍କୁ ଇଞ୍ଜିନିୟରିଂ ପାଠ ପଢ଼ାଇଥିଲେ । ଦୁର୍ଘଟଣା ପୂର୍ବରୁ ଅବନ୍ତୀ ମା’ଙ୍କ ସହିତ କଥା ହୋଇଥିଲେ । ମାତ୍ର ନାଗପୁରରୁ ମୁମ୍ବାଇ ଯାଉଥିବା ଲଗଜୁରୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ସହିତ ଦେଖୁ ଦେଖୁ ୨୬ ଜଣ ଯାତ୍ରୀ ଜଳି ଯାଇଥିଲେ । ଆଉ ଏଇ ନିଆଁରେ ସବୁଦିନ ପାଇଁ ନିରବି ଯାଇଥିଲେ ମୁମ୍ବାଇକୁ ଚାକିରି ସନ୍ଧାନରେ ଯାଉଥିବା ଅବନ୍ତୀ । ମାଆର ସ୍ୱପ୍ନ ପୂରଣ କରିବାକୁ ମୁମ୍ବାଇ ଯାଉଥିବା ଝିଅ ଆଜି ନିଜେ ଶବ ହୋଇଯାଇଛି । ଅବନ୍ତୀ ଡିଞ୍ଜିନିୟରିଂ ଡିଗ୍ରୀ କରିବା ପରେ ନିଜର ସ୍ୱପ୍ନ କରିବା ପାଇଁ ମୁମ୍ବାଇକୁ ଚାକିରି ସନ୍ଧାନରେ ଯାଉଥିଲେ ।

Get real time updates directly on you device, subscribe now.