fbpx

ଖାଇବା ସମୟରେ ଶୋଷ ଲାଗିବା କ୍ୟାନ୍ସରର ଲକ୍ଷଣ କି ? ଜାଣନ୍ତୁ ସତ୍ୟ

ନୂଆଦିଲ୍ଲୀ: ଅନେକ ବ୍ୟକ୍ତି ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ଏହାକୁ କିଛି ଜଣ ଭଲ ଅଭ୍ୟାସ କହୁଥିବା ବେଳେ ଅନ୍ୟ କିଛି ଜଣ ଏହାକୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି କହିଥାନ୍ତି । କେତେଜଣ ଏହାକୁ କ୍ୟାନ୍ସରର ଲକ୍ଷଣ ବୋଲି କହୁଥିବା ବେଳେ ଏନେଇ ରିସର୍ଚ୍ଚ ମଧ୍ୟ ଜାରି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ପ୍ରକାଶ ପାଇନାହିଁ । କିନ୍ତୁ ଅନେକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଖାଦ୍ୟ ଖାଇବା ସମୟରକେ ଅଧିକ ପାଣି ପିଅନ୍ତି ତାହେଲେ ଏହା ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ସର୍ବଦା ଖାଇବା ପୂର୍ବରୁ ପାଣି ପିଇବା ଜରୁରୀ ଅଟେ । ଏହା ଦ୍ବାରା କମ୍ ଖାଦ୍ୟ ଖାଇବାରେ ସହଜ ହେବ । ଖାଇବା ପୂର୍ବରୁ ପାଣି ପିଇବା ଦ୍ବାରା ଉତ୍ତମ ସ୍ବାସ୍ଥ୍ୟ ବଜାୟୀ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏହା ଦ୍ବାରା କ୍ୟାନ୍ସର ଆଶଙ୍କା ମଧ୍ୟ କମ୍ ହୋଇଥାଏ । ବିଶେଷକରି କୋଲେଷ୍ଚ୍ରଲ କ୍ୟାନ୍ସରର ଆଶଙ୍କା କମ୍ ହୋଇଥାଏ । କୋଶିକା ମଧ୍ୟ ସଠିକ ଭାବେ କାର୍ଯ୍ୟ କରିଥାଏ ।

ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ପାଣି ପିଅନ୍ତି, ତାହାଲେ ଓଭରହାଇଡ୍ରେସନରେ ପୀଡିତ ହୋଇପାରନ୍ତି । ଯେତେବେଳେ କୋଷଗୁଡ଼ିକ ଅତ୍ୟଧିକ ଜଳ ଧାରଣ କରନ୍ତି ତେବେ ଏହା ଫୁଲିଯାଏ । ଫଳରେ ଯେତେବେଳେ ମସ୍ତିଷ୍କ କୋଷଗୁଡ଼ିକ ଫୁଲିଯାଏ, ସେମାନେ ମସ୍ତିଷ୍କରେ ଚାପ ସୃଷ୍ଟି କରନ୍ତି । ଏହି କାରଣରୁ ଆପଣ ଦ୍ୱନ୍ଦ୍ୱ, ନିଦ୍ରା ଅଭାବ ଏବଂ ମୁଣ୍ଡବିନ୍ଧା ଭଳି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସୋଡିୟମ୍ ଇଲେକ୍ଟ୍ରୋଲାଇଟ୍ ଅଧିକ ମାତ୍ରାରେ ଅଧିକ ପ୍ରଭାବିତ ହୁଏ ।  ଇଲେକ୍ଟ୍ରୋଲାଇଟ୍ ଶରୀରରେ କୋଷର ସନ୍ତୁଳନକୁ ବିଗାଡିଥାଏ ।

Get real time updates directly on you device, subscribe now.