fbpx

ଅଧିକ ପାଣି ପିଇଲେ ହୃଦରୋଗୀଙ୍କ ମୃତ୍ୟୁ ହୋଇଥାଏ କାହିିଁକି ? ଜାଣନ୍ତୁ ତାହାର କାରଣ

ଓଡିଶା ଭାସ୍କର: ଆଜିକାଲି ହୃଦରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଦେଖାଯାଉଛି । ଆପଣମାନେ ଜାଣି ରଖିବା ଉଚିତ ହୃଦ ରୋଗୀମାନେ ଅଧିକ ପାଣି ପିଇବା ଉଚିତ୍ ନୁହେଁ । ଆପଣ ନିଶ୍ଚିତ ଭାବରେ ଡାକ୍ତରଙ୍କଠାରୁ ଏହା ଶୁଣିଥିବେ କିନ୍ତୁ ଆପଣ କେବେ ଭାବିଛନ୍ତି କି ଡାକ୍ତରମାନେ କାହିଁକି ଏପରି କୁହନ୍ତି…….

ହୃଦରୋଗୀଙ୍କ ପାଇଁ ସୋଡିୟମ୍, ପୋଟାସିୟମ୍, ମିନେରାଲ୍ସ ଏବଂ ଇଲେକ୍ଟ୍ରୋଲାଇଟର ସନ୍ତୁଳନ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ହୃଦରୋଗୀ ଅତ୍ୟଧିକ ପାଣି ପିଇବା ଦ୍ୱାରା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ନଷ୍ଟ ହୋଇପାରେ, ଯାହା ଶରୀରର ବିଭିନ୍ନ ସମସ୍ୟାକୁ ବଢାଇଥାଏ ।

ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃଦଘାତ ଜନିତ କେଉଁ ସମସ୍ୟା ହେବାର ଆଶଙ୍କା ବହୁତ ଥାଏ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ପାଣି ପିଇବା ଜରୁରୀ ହୋଇଥାଏ । କିନ୍ତୁ ଏହା ହୃଦୟ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃତପିଣ୍ଡରେ ବ୍ୟାଘାତ, ଧମନୀର ଦୁର୍ବଳତା, ଦ୍ରୁତ ଭାବରେ ହୃଦସ୍ପନ୍ଦନ ବଢିବା ସହିତ ହୃଦଘାତ ହେବାର ଆଶଙ୍କା ଅଧିକ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି ।

ହୃଦରୋଗୀ କେତେ ପାଣି ପିଇବା ଉଚିତ୍

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିନକୁ ୩-୪ ଲିଟର କିମ୍ବା ୭-୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଅଧିକ ପାଣି ପିଇବା ଦ୍ୱାରା ହୃଦ୍ ରୋଗୀଙ୍କ ଅବସ୍ଥା ଖରାପ ହୋଇପାରେ। କେବଳ ଏତିକି ନୁହେଁ, ଅଧିକ ପାଣି ପିଇବା ଦ୍ୱାରା କିଡନୀ ଉପରେ ଚାପ ପଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏଥିରେ ଆପଣଙ୍କର ଯଦି କୌଣସି ସମସ୍ୟା ଥାଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.