(video)ପୂର୍ବତନ ବିଧାୟକଙ୍କୁ ଚାପୁଡ଼ା ମାରି ମାରି ଜୀବନରୁ ମାରିଦେଲା ଡ୍ରାଇଭର
ସାଧାରଣ ବଚସାରୁ ହତ୍ୟାକାଣ୍ଡ। ଡ୍ରାଇଭରଙ୍କ ଚାପୁଡାରେ ପ୍ରାଣ ହରାଇଲେ ପୂର୍ବତନ MLA।
କର୍ଣ୍ଣାଟକ: ପୂର୍ବତନ ବିଧାୟକଙ୍କ ଉପରେ ଅଟୋ ଡ୍ରାଇଭରଙ୍କ ଆକ୍ରମଣ। କର୍ଣ୍ଣମୂଳିକୁ ବାରମ୍ୱାର ଚାପୁଡା ମାରିବାରୁ ପୂର୍ବତନ ବିଧାୟକଙ୍କ ମୃତ୍ୟୁ। ଏକ ଛୋଟ ବଚସାରୁ ହତ୍ୟାକାଣ୍ଡ। ଘଟଣା ସ୍ଥଳରେ କାରଣ ଖୋଜୁଛି ପୋଲିସ।
ସାଧାରଣ ଘଟଣାରୁ ପ୍ରଥମେ ଉତ୍ୟକ୍ତ ହୋଇଗଲେ ପୂର୍ବତନ MLA। ଏବଂ ଅଟୋ ଡ୍ରାଇଭରଙ୍କୁ ପ୍ରଥମେ ହାତ ଉଠାଇ ମାରିଲେ। ପ୍ରତିଉତ୍ତରରେ ଅଟୋ ଡ୍ରାଇଭର ଜଣଙ୍କ ରାଗିଯାଇ କାହାରି କଥା ନଶୁଣି ପୂର୍ବତନ ବିଧାୟକଙ୍କ ଉପରେ ଚାପୁଡ଼ା ବର୍ଷା କରିଚାଲିଲେ ଫଳରେ ତାଙ୍କର ମୃତ୍ୟୁ ହେଲା।
ବଚସାରୁ ହତ୍ୟାକାଣ୍ଡ: କର୍ଣ୍ଣାଟକାର ବେଲାଗାଭିରୁ ଆସିଛି ଏହି ଘଟଣା। ଅଟୋ ଡ୍ରାଇଭରଙ୍କ ଚାପୁଡାରେ ପ୍ରାଣ ହରାଇଛନ୍ତି ଗୋଆର ୬୮ ବର୍ଷୀୟ ପୂର୍ବତନ ବିଧାୟକ ଲାଭୋ ସୂର୍ଯ୍ୟଜୀ ମାମଲେଦାର।
ଲାଭୋ କୌଣସି ଏକ କାମ ପାଇଁ କର୍ଣ୍ଣାଟକ ଯାଇଥିଲେ। ସେଠାରେ ଏକ ଲଜ୍ ଭଡ଼ା ନେଇ ରହୁଥିଲେ। କାମ ସାରି ଲଜକୁ ଫେରିବା ବେଳେ ଲଜ୍ ତଳେ ଜଣେ ଅଟୋ ଡ୍ରାଇଭରଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା।
ଘଟଣା ଏହା ଥିଲା କି ସେ ଯେଉଁ ଲଜରେ ରହୁଥୁଲେ। ସେଠାକାର ରାସ୍ତା ଗଳି ଭଳି। ତେଣୁ ରୁମକୁ ଆସିବା ବେଳେ ତାଙ୍କ କାର ସହ ଏକ ଅଟୋର ଧକ୍କା ହୋଇଥିଲା। ହେଲେ ଏହି ଧକ୍କା ସେତେବି ବଡ଼ ଆକାରର ନଥିଲା।
ଗାଡ଼ି ଆକ୍ସିଡେଣ୍ଟ: ବାସ୍ ତାଙ୍କ କାର ସହ ଅଟୋଟି ଟିକେ ବାଜି ଯାଇଥିଲା। ଏଥିପାଇଁ ପୂର୍ବତନ ବିଧାୟକ ଜଣଙ୍କ ରାଗିଯାଇ ଅଟୋ ଡ୍ରାଇଭର ସହ ଯୁକ୍ତିତର୍କ କରିବା ସହ ତାଙ୍କୁ ପ୍ରଥମେ ଚାପୁଡା ମାରିଥିଲେ।
ଯେଉଁଥିରେ ରାଗିଯାଇ ଡ୍ରାଇଭର ଜଣଙ୍କ ପ୍ରତି ଉତ୍ତରରେ ପୂର୍ବତନ ବିଧାୟକକୁ ଏକ ଶକ୍ତ ଚାପୁଡା ମାରିଥିଲେ। ପରେ ସ୍ଥାନୀୟ ଲୋକ ଆସି ଇଭୟଙ୍କୁ ଅଟକାଇ ଥିଲେ। ହେଲେ ଡ୍ରାଇଭର ଜଣଙ୍କ ଲୋକଙ୍କ ପାଖରୁ ଖସି ଆସି ଲାଭୋଙ୍କୁ ଚାପୁଡା ଉପରେ ଚାପୁଡା ମାରିଚାଲିଲେ।
ସିସିଟିଭିରେ ରେକର୍ଡ: ପରେ ଡ୍ରାଇଭର ଜଣଙ୍କୁ ସ୍ଥାନୀୟ ଲୋକ ଅଟକାଇବାରେ ସଫଳ ହେଲେ। ଆଉ ପରେ ପୂର୍ବତନ ବିଧାୟକ ଜଣଙ୍କ ଲଜକୁ ଫେରି ଆସିଲେ। ସେ ଲଜର ସିଡି ପାଖରେ ବେହୋସ ହୋଇ ପଡିଗଲେ।
ଯାହାର ଭିଡିଓ ସିସିଟିିଭିରେ କଏଦ ହୋଇଥିଲା। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ।