କେରଳ: ପଣଷ ଖାଇ ନାମ ନେଲେ ଡ୍ରାଇଭର। ପଣଷ ଖାଇବା ପରେ ମଦୁଆ ବୋଲି ଧରାପଡିଲେ। ଜ୍ୟାକଫ୍ରୁଟ ଖାଇବା ପୂର୍ବରୁ ଜଣେ ଡ୍ରାଇଭରଙ୍କର ବ୍ରେଥ୍ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ମିଟର ରିଡିଂ ଶୂନ ଦେଖାଇଥିଲା।
ହେଲେ କିଛି ସମୟ ପରେ ଡ୍ରାଇଭର ଜଣକ ଯେତେବେଳେ କିଛି ପଣଷ ଖାଇଥିଲେ। ଆଉ ବସ୍ ନେଇ ଯିବାକୁ ବାହାରିଲେ, ସେତେବେଳେ ପୁଣିଥରେ ତାଙ୍କର ବ୍ରେଥ୍ ଟେଷ୍ଟ ହୋଇଥିଲା। ଯେଉଁଥିରେ ସେ ଫୁଙ୍କିବା ମାତ୍ରେ ହିଁ ମିଟର ରିଡିଂ ବଢ଼ି ଯାଇଥିଲା।
ପଣଷ ଖାଇଲେ ମଦୁଆ ବୋଲି ଧରାପଡିଲେ: ତେବେ ଘଟଣାଟି ହେଉଛି କେରଳର କୋଟାୟାମ ଜିଲ୍ଲାର। ରାଜ୍ୟ ସଡକ ପରିବହନ ନିଗମ ଡିପୋରେ ଏକ ବ୍ରେଥଆଲାଇଜରରେ କିଛି ଡ୍ରାଇଭରଙ୍କ ପରୀକ୍ଷା କରାଯାଇଥିଲା।
ଡ୍ୟୁଟିରେ ଯୋଗ ଦେବା ପୂର୍ବରୁ ତାଙ୍କର ବ୍ରେଥ୍ ଟେଷ୍ଟ କରିଥିଲେ। କିନ୍ତୁ କିଛି ବି ମେସିନରେ ବାହାରିନଥିଲା। ହେଲେ ପଣଷ ଖାଇବା ପରେ ଯେତେବେଳେ ପୁଣି ଥରେ ଟେଷ୍ଟ କରାଗଲା ମିଟର ରିଡିଂ ବଢ଼ିଗଲା। ଯେଉଁଥିରେ କୁହାଗଲା କି ସେ ମଦ୍ୟୁପାନ କରିଛନ୍ତି।
ପୂରା ଘଟଣା କ’ଣ: ତେବେ ଉକ୍ତ ଡିପୋର ଜଣେ ଡ୍ରାଇଭର କର୍ମଚାରୀଙ୍କ ପାଇଁ ତାଙ୍କ ଘରୁ ପଣଷ ଆଣିଥିଲେ। ଏବଂ ସହକର୍ମୀମାନଙ୍କୁ ଖାଇବାକୁ ଦେଇଥିଲେ।
ବ୍ରେଥଆଲାଇଜର ପରୀକ୍ଷା କରିବା ପାଇଁ ନିଯୁକ୍ତ ଜଣେ ଅଧିକାରୀ ସବୁଦିନ ପରି ଶୁକ୍ରବାର ଦିନ ବି ସମସ୍ତ ଡ୍ରାଇଭରଙ୍କ ବ୍ରେଥ୍ ଟେଷ୍ଟ କରିଥିଲେ। ଯେଉଁଥିରେ କିଛି ବାହିରନଥିଲା।
ହେଲେ ଅଧିକାରୀ ଜଣକ କହିଛନ୍ତି ପଣ, ଖାଇବା ପରେ ଯେତେବେଳେ ସେ ପରୀକ୍ଷା କରିଥିଲେ, ମିଟର ରିଡିଂ ବଢ଼ି ଯାଇଥିଲା। ଯାହା ଦର୍ଶାଉଥିଲା ଯେ ସେ ମଦ୍ୟପାନ କରିଥିଲେ।
ଅଧିକାରୀ କହିଛନ୍ତି ଯେ ସମ୍ପୃକ୍ତ ଡ୍ରାଇଭର ବହୁତ ପରିମାଣରେ ଫଳ ଖାଇଥିଲେ। ହେଲେ ପଣଷ କିପରି ମଦୁଆ ବୋଲି ବିବେଚିତ କଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।