fbpx

ଘଣ୍ଟା ପ୍ରତି ୧୫୦ କିମି ସ୍ପିଡରେ ଗତି କରୁଥିଲା ବୁଲେଟ୍ ଟ୍ରେନ୍: ହଠାତ୍ ଡ୍ରାଇଭର ଚାଲିଗଲେ ବାଥରୁମ୍, ଆଉ ତା’ପରେ…

Advertisement

ଟୋକିଓ: ସ୍ପିଡ୍ ବୁଲେଟ୍ ଟ୍ରେନ୍ ପାଇଁ ଜାପାନ ସମଗ୍ର ବିଶ୍ୱରେ ଖ୍ୟାତି ଲାଭ କରିଛି । ଏହି ବୁଲେଟ୍ ଟ୍ରେନ୍ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଜାପାନରେ ଜଣେ ବୁଲେଟ୍ ଟ୍ରେନ ଚାଳକଙ୍କର ଭୁଲ୍ ପାଇଁ ଅନେକ ଯାତ୍ରୀ ଅସୁବିଧାରେ ପଡ଼ିଯାଇଥିଲେ । ଟ୍ରେନଟି ୧୫୦ରୁ ଅଧିକ କିମି ବେଗରେ ଗତି କରୁଥିବା ସମୟରେ ଡ୍ରାଇଭର ଜଣକ କ୍ୟାବିନ୍ ଛାଡ଼ି ବାଥରୁମ୍ ଚାଲିଯାଇଥିଲେ । ଟ୍ରେନରେ ୧୬୦ ଜଣ ଯାତ୍ରୀ ବସିଥିବା ବେଳେ ଏହି ୩୬ ବର୍ଷୀୟ ଡ୍ରାଇଭର ପ୍ରାୟ ୩ ମିନିଟ ପର୍ଯ୍ୟନ୍ତ ଟ୍ରେନର କକପିଟଠାରୁ ଦୂରରେ ରହିଥିଲେ । ବାଥରୁମ୍ ଯିବା ପୂର୍ବରୁ ଡ୍ରାଇଭର ସମସ୍ତ ଦାୟିତ୍ୱ କଣ୍ଡକ୍ଟରଙ୍କ ଉପରେ ନ୍ୟସ୍ତ କରିଥିଲେ । ମାତ୍ର କଣ୍ଡକ୍ଟରଙ୍କ ପାଖରେ ଟ୍ରେନ ଚଳାଇବାର ଲାଇସେନ୍ସ ନଥିଲା । ସକାଳୁ ସକାଳୁ ଟ୍ରେନଟି ଅଟାମି ଓ ମିଶିମା ଷ୍ଟେସନ ମଧ୍ୟରେ ଚାଲୁଥିବା ବେଳେ ଏହି ଘଟଣାଟି ଘଟିଥିଲା ।

ଜାପାନରେ ବୁଲେଟ ଟ୍ରେନରେ ଯାତ୍ରୀଙ୍କୁ ଚଢ଼ାଇବା ଓ ଓହ୍ଲାଇବା ଦାୟିତ୍ୱ କଣ୍ଡକ୍ଟର ତୁଲାଇଥାନ୍ତି, ମାତ୍ର ଟ୍ରେନ ଚଳାନ୍ତି ନାହିଁ । ତେବେ ଏହି ଘଟଣା ପରେ ଡ୍ରାଇଭର କହିଥିଲେ ଯେ, ସେ ବହୁ ସମୟ ପୂର୍ବରୁ ଟଏଲେଟ ଯିବାକୁ ଅପେକ୍ଷା କରି ରହିଥିଲେ । ଫଳରେ ପେଟ ଯନ୍ତ୍ରଣା ହେବାରୁ ସେ ତୁରନ୍ତ କ୍ୟାବିନ ଛାଡ଼ି ବାଥରୁମ୍ ଚାଲିଯାଇଥିଲେ । ଯାତ୍ରୀଙ୍କୁ ନେଇ ଟ୍ରେନ ଚାଲୁଥିବା ସମୟରେ ଡ୍ରାଇଭର ନିଜ କ୍ୟାବିନ ଛାଡ଼ି ଚାଲିଯିବା ପ୍ରଥମ ଘଟଣା ଥିଲା । ତେଣୁ ଏନେଇ ରେଳ ବିଭାଗ ପକ୍ଷରୁ ଏନେଇ କ୍ଷମାପ୍ରାର୍ଥନା କରାଯାଇଥିଲା । ଡ୍ରାଇଭର ଓ କଣ୍ଡକ୍ଟର ଟ୍ରେନର ନିୟମାବଳୀ ପାଳନ କରିବା ନେଇ ସମୀକ୍ଷା କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଥିଲା ।

Get real time updates directly on you device, subscribe now.