Breaking: ଲିଙ୍ଗରାଜ ମନ୍ଦିର ଉପରେ କିଏ ଉଡାଇଲା ଡ୍ରୋନ? ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ

ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ ।

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌ । ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ଡ୍ରୋନ ଉଡିଥିବା ନେଇ ଅଭିଯୋଗ ହୋଇଛି  ।

ଡ୍ରୋନ୍‌ ଉଡ଼ିବା ନେଇ ଡିଜିପିଙ୍କ କଟକଣା ସତ୍ତ୍ବେ ଉଡ଼ିଲା ।  ପୋଲିସକୁ ଅବଗତ କଲେ ମନ୍ଦିର ସେବାୟତ । ତେବେ କିଏ ଏହି ଡ୍ରୋନ ଉଡାଇଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଏହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଖବର କେବଳ କାଗଜ କଲମରେ ରହିବ ନା ତଦନ୍ତ ରହିବ ସେନେଇ ସମସ୍ତଙ୍କର ନଜର ରହିଛି ।

ପ୍ରକାଶଥାଉକି, ଶ୍ରୀମନ୍ଦିର ଉପରେ ଗତ ଜାନୁଆରୀ ମାସରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡିଥିଲା । ଭୋର ୪ଟା ୧୦ ମିନିଟ ସମୟରେ ଏହି ଡ୍ରୋନ୍ ମନ୍ଦିର ଚାରିପାଖରେ ଉଡୁଥିବା ଦେଖାଯାଇଥିଲା ।

ତେବେ ବାରମ୍ବାର ଡ୍ରୋନ ଉଡୁଥିବା ବେଳେ ସୁରକ୍ଷାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।