ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ପ୍ରଶ୍ନବାଚୀ, ବଡ଼ଦେଉଳ ଉପରେ ଉଡିଲା ଡ୍ରୋନ୍

ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ହୋଇଛି ଭାଇରାଲ୍ । ଭାଇରାଲ ଭିଡିଓରେ ବାରମ୍ବାର ଆସୁଛି ଜଣେ ଚୁନେରା ସେବାୟତଙ୍କ ଚତ୍ର ।

ପୁରୀ: ଶ୍ରୀମନ୍ଦିରର ସୁରକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ। ପୁଣି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ହୋଇଛି ଭାଇରାଲ୍ । ଭାଇରାଲ ଭିଡିଓରେ ବାରମ୍ବାର ଆସୁଛି ଜଣେ ଚୁନେରା ସେବାୟତଙ୍କ ଚତ୍ର ।

ଭିଡିଓ ବେଳେ ସେବାୟତ ଜଣଙ୍କ ଜାଣିଥିବା ଭଳି ଜଣାପଡୁଛି । କାରଣ ତାଙ୍କର ଯେତେବେଳେ ଚିତ୍ର ଉତ୍ତୋଳନ ହେଉଛି ସେତେବେଳେ ସେ ମୁଣ୍ଡିଆ ମାରୁଛନ୍ତି।

ଚୁନେରା ସେବକ ଜଣକ 14 ହାତିଆ ମୁଖ୍ୟ ବାନା ଲଗାଉଥିବା ସମୟର ଦୃଶ୍ୟ ମଧ୍ୟ ସେହି ଭିଡିଓରେ ରହିଛି ।  ମେ 30 ରେ ଫେସବୁକରେ ଏହି ଭିଡିଓଟି ଅପଲୋଡ଼ ହୋଇଛି । ଆଉ ଫେସବୁକରେ ଅପଲୋଡ଼ କରିଛନ୍ତି ପଶ୍ଚିମବଙ୍ଗ ନବଦ୍ବୀପର ଜଣେ ଯୁବକ ।