ରାଜଧାନୀରେ ମଦୁଆଙ୍କୁ ରାସ୍ତାରେ ମାଡ଼ ହେବ, ବିଜେପି ନେତା ବାବୁ ସିଂଙ୍କ ବୟାନ

ମଦୁଆଙ୍କୁ ରାସ୍ତାରେ ମାଡ଼ ହେବ: ବାବୁ ସିଂ

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଲୋକେ ଅଧିକ ମାତ୍ରାରେ ମଦ ସେବନ କରୁଛନ୍ତି। ଖାଲି ଏତିକି ନୁହେଁ, ଏହାକୁ ପିଇ ସେମାନେ ନିଜକୁ ନିୟନ୍ତ୍ରଣ ନ କରିପାରି, ରାସ୍ତାରେ ଶୋଇପଡୁଛନ୍ତି ମଧ୍ୟ। ଅନ୍ୟ କେତେକ ମଦୁଆ ରାସ୍ତାରେ ଲୋକମାନଙ୍କ ସହ ଝଗଡ଼ା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ମସଦୁଆଙ୍କୁ ରାସ୍ତାରେ ମାଡ଼ ହେବ। ଏ ନେଇସ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉ ବୋଲି ବିଜେପି ନେତା ବାବୁ ସିଂ କହିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱରରୁ ମଦ ବନ୍ଦ ଆରମ୍ଭ କରାଯାଉ। କ୍ରାଇମର ୫୦ ପ୍ରତିଶତ କାରଣ ମଦ।

ରାଜ୍ୟରେ ତମାଖୁ ବନ୍ଦ ଜରୁରୀ: ଅବୈଧ ମଦ କାରବାରକୁ ନେଇ ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା। ସେ କହିଛନ୍ତି ଯେ, ଅବକାରୀ ଆଇନରେ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା ହେବ। ସେସନ କୋର୍ଟରେ ନିଯୁକ୍ତ ହେବେ ସ୍ୱତନ୍ତ୍ର ଅବକାରୀ ଓକିଲ।

ରାଜ୍ୟରେ ତମାଖୁ ବନ୍ଦ ହେବା ଆବଶ୍ୟକ। ମଦ ପ୍ରସାର ବନ୍ଦ ହେବା ଆବଶ୍ୟକ ଅଛି। ଡ୍ରଗ୍ସର ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିବାକୁ ପଡିବ। ରାଜ୍ୟରେ ପ୍ରଥମଥର ବଡ଼ ସଚେତନତା କାର୍ଯ୍ୟକ୍ରମ ହେଉଛି। ଜୁନ ୨୬ ଯାଏଁ ପ୍ରଥମ ପର୍ଯ୍ୟାୟ ସଚେତନତା ଚାଲିବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି।