Big Breaking: ମଦ୍ୟପ ପୁଅକୁ ଛୁରି ଭୁସି ହତ୍ୟା କଲା ବାପା

ମଦ ପିଇ ସବୁବେଳେ ନିଶାରେ ରହୁଥିବା ପୁଅକୁ ଜୀବନରୁ ମାରିଦେଲା ବାପା ।

ବାଲିଗୁଡ଼ା: ବର୍ତ୍ତମାନ ଏକ ଅଭବନୀୟ ଘଟଣା ବାଲିଗୁଡ଼ାରୁ ସାମ୍ନାକୁ ଆସିଛି । ଏଠାରେ ଜଣେ ବାପା ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଛି । ବାଲିଗୁଡ଼ା ଥାନା ଅନ୍ତର୍ଗତ ସିଂଗମିଲା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି ।

ହତ୍ୟାପରେ ଅଭିଯୁକ୍ତ ବାପାକୁ ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ବାପାଙ୍କ କହିବାନୁଯାୟୀ, ତାଙ୍କ ପୁଅ ମଦ ପିଇ ଘରେ ଉତ୍ପାତ କରୁଥିଲା । ଘରେ ଥିବା ଜିନିଷ ପତ୍ର ଫିଙ୍ଗାଫିଙ୍ଗି କରୁଥିଲା । ଏହି ସମୟରେ ତାଙ୍କୁ ସମସ୍ତେ ଅଟକାଇବାକୁ ଚେଷ୍ଟା କରୁଥିଲେ ।

ହେଲେ ସେ ଏହାକୁ ଅମାନ୍ୟ କରିବାରୁ ବାପା କ୍ରୋଧିତ ହୋଇ ଛୁରୀରେ ପୁଅକୁ ଭୁସି ହତ୍ୟା କରିଥିଲେ । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।