fbpx

ମଦ ନିଶାରେ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ: କାର୍ଯ୍ୟାନୁଷ୍ଠାନ ପରେ ମଦ୍ୟପ ଶିକ୍ଷକ ନିଲମ୍ବନ

ମୋହନା: ଶିକ୍ଷକ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଯେଉଁଥିରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ୍ୱର ବେହେରାଙ୍କୁ ମୋହନା BEO ନିଲମ୍ବନ କରିଛନ୍ତି । ତେବେ ଶିକ୍ଷକ ଜଗଦୀଶ୍ୱର ମଦ୍ୟପାନ କରି ଅନ୍ୟ ଏକ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମାଡମାରି ମାରିଥିଲେ । ଫଳରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ନିଲମ୍ବିତ କରାଯାଇଛି । ମଦ ନିଶାରେ ଜଗଦ୍ୱୀଶ୍ୱର ଡେଙ୍ଗେସଖାଲ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ମାରିଥିଲେ । ଫଳରେ ତାଙ୍କୁ ଅବଡା ଥାନାରେ ଅଟକ ରଖାଯାଇଥିଲା । ଏଥିସହିତ ତଦନ୍ତ ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।

ଶିକ୍ଷକଙ୍କୁ ଭଗବାନଙ୍କ ସ୍ଥାନରେ ରଖାଯାଉଥିବା ବେଳେ କିଛି ବ୍ୟକ୍ତିଙ୍କ ଯୋଗୁଁ ଏଭଳି ପବିତ୍ର ନାଁରେ କଳଙ୍କ ଲାଗିଯାଉଛି । ଏହାରି ମଧ୍ୟରେ ମୋହନାରୁ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ମୁଣ୍ଡରେ ହାତ ଦେଇଦେବେ । ମଦନିଶାରେ ଚୂର ଶିକ୍ଷକ ପିଲାମାନଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ସେ ପୁଣି ନିଜ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନୁହେଁ ବରଂ ଅନ୍ୟ ଏକ ସ୍କୁଲର ପିଲାମାନଙ୍କୁ । ଯାହାଫଳରେ ତାଙ୍କ ନାଁରେ ଅବଡା ଥାନାରେ ଅଭିଯୋଗ ହୋଇଥିଲା । ଏଥି ସହିତ ତାଙ୍କୁ ଥାନାରେ ମଧ୍ୟ ଅଟକ ରଖା ଯାଇଥିଲା । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପରେ ମଦ୍ୟପ ଶିକ୍ଷକଙ୍କୁ ମୋହନା BEO ନିଲମ୍ବନ କରିଛନ୍ତି ।

Get real time updates directly on you device, subscribe now.