ନୂଆଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି । ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ ଭାରତ ସହ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ କୋହଳ କରିବାକୁ ଘୋଷଣା କରିଛି ଦୁବାଇ । ଏନେଇ ଦୁବାଇ ଯାଉଥିବା ଲୋକଙ୍କ ପାଇଁ କେତେକ ସର୍ତ୍ତ ରଖାଯାଇଛି ।
ଏହି ସର୍ତ୍ତ ଅନୁଯାୟୀ ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ । ଏହା ସହ ଟିକା ୟୁଏଇ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇତବା ଦରକାର । ସୂଚନା ଅନୁଯାୟୀ ଦୁବାଇ ରେ ସଙ୍କଟ ଓ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବୋଚ୍ଚ କମିଟି, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ବିଷୟରେ ଦୁବାଇର ଟ୍ରାଭେଲ ପ୍ରୋଟୋକଲର ଘୋଷଣା କରିଛି । ଏହି କମିଟିର ନେତୃତ୍ୱ ନେଉଛନ୍ତି ଶେଖ୍ ମଂସୁର ବିନ୍ ମହମ୍ମଦ ବିନ୍ ରସିଦ୍ ମଖତୁମ୍ ।
ଏହା ପୂର୍ବରୁ ୨୦୨୦ରେ, ୟୁଏଇ ଭାରତ ଏବଂ ଅନ୍ୟ ଦେଶରୁ ପର୍ଯ୍ୟଟଙ୍କ ପାଇଁ ଦ୍ୱାର ଖୋଲାଯାଇଥିଲା । କିନ୍ତୁ କରୋନାର ଭୂତାଣୁ ଡେଲଟା ଆସିବା ପରେ ପୁଣି ଥରେ ଭାରତୀୟ ଯାତ୍ରୀଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବୈଧ ଆବାସିକ ଭିସା ରହିବା ଆବଶ୍ୟକ । ଏହା ବ୍ୟତୀତ ଯେଉଁମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ସେମାନେ ଟିକା ନେଇଥିବେ ଦରକାର । ରିପୋର୍ଟ ଅନୁଯାୟୀ ୟୁଏଇ ସରକାର ସ୍ୱୀକୃତି ଦେଇଥିବା ଚାରଟି ଟିକା ମଧ୍ୟରୁ ସିନୋଫାର୍ମା, ଫାଇଜର-ବାୟୋଣ୍ଟେକ୍, ସ୍ପୁଟନିକ୍-ଭି ଓ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଓ ନାଇଜେରିଆରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଟିକା ସହିତ ପିସିଆର ପରୀକ୍ଷା ମଧ୍ୟ ଆବଶ୍ୟକ । ଏହା କେବଳ ୪୮ ଘଣ୍ଟା ପୂର୍ବରୁ କରାଯାଇଥିବା ପରୀକ୍ଷା ବୈଧ ହେବ । ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିବ ।
ଅନ୍ୟପଟେ ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ଚାରି ଘଣ୍ଟା ପୂର୍ବରୁ ରାପିଡ ପିସିଆର ପରୀକ୍ଷା କରାଯିବ । ତେବେ ଦୁବାଇରେ ଅବତରଣ କରିବା ପରେ ମଧ୍ୟ ଏହି ପିସିଆର ପରୀକ୍ଷା କରାଯିବ । ଯାତ୍ରୀମାନଙ୍କୁ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡିବ । ଏହି ପରୀକ୍ଷା ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯିବ । ଏହା କରୋନାର ଦ୍ୱିତୀୟ ଲହର ଆସିବା ପରେ ଦୁବାଇ ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲ ।