fbpx

ଅମୁଲକୁ ମିଳିଲା ଦୁନିଆର ସବୁଠୁ ଷ୍ଟ୍ରଙ୍ଗ ଡାୟେରୀ ବ୍ରାଣ୍ଡର ମାନ୍ୟତା, ୫୯,୪୪୫ କୋଟି ଟଙ୍କାରେ ପହଞ୍ଚିଲା ବ୍ୟବସାୟ

ନୂଆଦିଲ୍ଲୀ:ଅମୁଲ ବ୍ରାଣ୍ଡର ଉତ୍ପାଦ ଗୁଡିକର ବିକ୍ରି ୨୦୨୩-୨୪ ବର୍ଷ ବଢି ୮୦ ହଜାର କୋଟି ଟଙ୍କାରେ ପହଞ୍ଚିଛି, ଯାହା ୨୦୨୨-୨୩ ରେ ୭୨ ହଜାର କୋଟି ଟଙ୍କାରେ ଥିଲା। ବ୍ରିଟେନରେ ଥିବା ଦୁନିଆର ଅଗ୍ରଣୀ ବ୍ରାଣ୍ଡ ପରାମର୍ଶଦାତା କମ୍ପାନୀ ବ୍ରାଣ୍ଡ ଫାଇନାନ୍ସ ଅନୁସାରେ, ଅମୁଲକୁ ଦୁନିଆର ସବୁଠାରୁ ମଜବୁତ ଖାଦ୍ୟ ବ୍ରାଣ୍ଡ ଏବଂ ସବୁଠାରୁ ମଜବୁତ ଡାୟେରୀ ବ୍ରାଣ୍ଡର ମାନ୍ୟତା ମିଳିଛି। ଜିସିଏମଏମଏଫ କହିଛି ଯେ, ଏହା ଦୁନିଆର ବୃହତ୍ତମ କୃଷକ-ଦୁଗ୍ଧ ସମବାୟ ସମିତ ସଂସ୍ଥା ଅଟେ। ଯେଉଁଥିରେ ଗୁଜରାଟର ୧୮ ହଜାର ୬୦୦ ଗାଁରେ ୩୬ ଲକ୍ଷ କୃଷକ ସାମିଲ ହୋଇଛନ୍ତି। ଏହାର ୧୮ଟି ସଦସ୍ୟ ସଂଘ ପ୍ରତିଦିନ ୩୦୦ ଲକ୍ଷ ଲିଟରର ଦୁଗ୍ଧ କିଣୁଛନ୍ତି। ଜିସିଏମଏମଏଫ ନିଜ ସ୍ୱର୍ଣ୍ଣ ଜୟନ୍ତି ବର୍ଷରେ ଦୁନିଆରେ ସବୁଠାରୁ ମଜବୁତ ଖାଦ୍ୟ ବ୍ରାଣ୍ଡ ଭାବେ ଐତିହାସିକ ଉପଲବ୍ଧି ହାସଲ କରିଛି।

ଅମୁଲ ବ୍ରାଣ୍ଡ ଭଳି ଦୁଗ୍ଧ ଜାତୀୟ ଦ୍ରବ୍ୟ ବିକ୍ରି କରୁଥିବା ଗୁଜରାଟ କୋଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେସନ ଲିମିଟେଡ ଶନିବାର ଦିନ କହିଛି ଯେ, ଭଲ ବିକ୍ରିୟ ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ଏହାର ବ୍ୟବସାୟରେ ଆଠ ପ୍ରତିଶତ ବଢି ୫୯ ହଜାର ୪୪୫ କୋଟି ଟଙ୍କା ହୋଇଛି। ସହକାରୀ ସମିତି ନିଜ ୫୦ତମ ବାର୍ଷିକ ସାଧାରଣ ବୈଠକ ପରେ ଏକ ବିବୃତ୍ତିରେ କହିଛନ୍ତି ଯେ, ଜିସିଏମଏମଏଫର ସ୍ୱର୍ଣ୍ଣ ଜୟନ୍ତି ବର୍ଷରେ ସଂଗଠନ ଆର୍ଥିକବର୍ଷ ୨୦୨୩-୨୪ ପାଇଁ ଆଠ ପ୍ରତିଶତର ବାର୍ଷିକ ବୃଦ୍ଧି ସହ ୫୯,୫୪୫ କୋଟି ଟଙ୍କାର ରୋଜଗାର କରିଛନ୍ତି।

Get real time updates directly on you device, subscribe now.