fbpx

ଆଜିଠୁ ସତର୍କ ହୁଅନ୍ତୁ ଓଡ଼ିଶାବାସୀ: ଖରାପ ତେଲ ଆପଣଙ୍କ ଦୃଷ୍ଟିଶକ୍ତି ଲୋପ କରିଦେବ! କ୍ୟାନସର, ହୃଦରୋଗ, ଶ୍ୱାସ, ମସ୍ତିଷ୍କ ସମସ୍ୟା ବଢ଼ିପାରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଆଜିକାଲି ବଜାରରେ ପନିପରିବା, ରାଶନ ସାମଗ୍ରୀଠାରୁ ଆରମ୍ଭ କରି ତେଲ ପର୍ଯ୍ୟନ୍ତ ସବୁ ଭେଜାଲ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନକଲି, ମେଡିସିନ, ତେଲ, ସସ ଆଦି ଧରାପଡ଼ିଛି । ପ୍ରତ୍ୟେକ ଜିନିଷରେ ଭରପୂର ମାତ୍ରାରେ ରାସାୟନିକ ସାମଗ୍ରୀ ମିଶୁଛି । ତେବେ ଖରାପ ଖାଦ୍ୟ ଖାଇ ମଣିଷ ଆଜି ଅନେକ ରୋଗରେ ପୀଡ଼ିତ ହେଉଛି । କେବେ ଭାବିଛନ୍ତି ଆପଣ ବ୍ୟବହାର କରୁଥିବା ସୋରିଷ କିମ୍ବା ରିଫାଇନଡ ତେଲ ଅସଲି କି ନକଲି?

ବଜାରରେ ବିକ୍ରି ହେଉଥିବା ତେଲର ଗୋଟିଏ ବୁନ୍ଦା ବି ଆମ ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ବିଭିନ୍ନ କମ୍ପାନୀମାନେ ମଞ୍ଜିରୁ ତେଲ ବାହାର କରିବା ସମୟରେ ସେଥିରେ ହେକ୍ସେନ ନାମକ ଏକ କେମିକାଲ ପ୍ରୟୋଗ କରିଥାନ୍ତି । ଏହି କେମିକାଲ ଆପଣଙ୍କର ପେଟ ଖରାପ କରିବା ସହିତ ହୃଦୟ, କ୍ୟାନସର, ଧମନୀରେ ଅବରୋଧ, ମସ୍ତିଷ୍କ ସମସ୍ୟା ବଢ଼ାଇଥାଏ । ଏଥିସହିତ ଏହି ତେଲରୁ ଛଣା ହୋଇଥିବା ବରା, ପକୁଡ଼ି ଖାଇଲେ ଆମର ଏସିଡିଟି ହେବା ସହିତ ଆଳସ୍ୟ ଅନୁଭବ ହୁଏ, ମୁଣ୍ଡବିନ୍ଧା ହୁଏ, ଛୋଟ ପିଲାମାନେ ଦୁର୍ବଳ ହୋଇ ପଡ଼ନ୍ତି । ବାରମ୍ବାର ତେଲକୁ ବ୍ୟବହାର କରିବା ଫଳରେ ତା’ର ବାସ୍ନା ହ୍ରାସ ସହିତ ପ୍ରୋଟିନ ବି ହ୍ରାସ ପାଇଥାଏ ।

ତେବେ ଯେଉଁ ସୋରିଷ ତେଲରେ ଅନ୍ୟ ସାମଗ୍ରୀ ମିଶିଥାଏ ତାହା ଆପଣମାନେ ଚାହିଁଲେ ସହଜରେ ଚିହ୍ନଟ କରିପାରିବେ । ଏହି ତେଲରୁ ପ୍ରସ୍ତୁତ ଖାଦ୍ୟ ଖାଇବା ପରେ ଆପଣଙ୍କର ବାନ୍ତି ହେବା, ପେଟ ଖରାପ ହେବା, ଦେହ ସାରା ଘା’ ହେବା, ଗ୍ଲୁକୋମା ଓ ଦୃଷ୍ଟିଶକ୍ତି ଚାଲିଯିବା, ହୃଦ ଓ ଶ୍ୱାସ ବିମାରୀ, ଏନିମିଆ ସମସ୍ୟା ଆଦି ସାଇଡ୍ ଇଫେକ୍ଟ ଦେଖାଦେଇଥାଏ । ତେଣୁ ସୋରିଷ ତେଲ କିଣିବା ସମୟରେ ସର୍ବଦା ଭଲ ବ୍ରାଣ୍ଡ ଓ ପ୍ୟାକଡ୍ ଉପର ନଜର ରଖନ୍ତୁ । ଏହାବ୍ୟତୀତ ପୂରା ପ୍ୟାକେଡରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ଅଥରିଟି (ଏଫଏସଏସଏଆଇ)ର ସାର୍ଟିଫିକେଟ ଅଛି କି ନା ତାହା ଯାଞ୍ଚ କରନ୍ତୁ ।

ଗୋଟିଏ ଶିଶିର ଟ୍ୟୁବ ନେଇ ସେଥିରେ ୫ ମିଲି ସୋରିଷ ତେଲ ପକାନ୍ତୁ । ଏହାପରେ ସେଥିରେ ୫ ମିଲି ନାଇଟ୍ରିକ ଏସିଡ ପକାନ୍ତୁ । ଏହି ଦୁଇ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହାପରେ ଯଦି ତେଲର ରଙ୍ଗ ଗୋଲଡେନରୁ ପରିବର୍ତ୍ତିତ ହୋଇ କମଳା ରଙ୍ଗ ହୋଇଯାଉଛି ତେବେ ବୁଝିଯାଆନ୍ତୁ ସେଥିରେ ଅପମିଶ୍ରଣ ହୋଇଛି । ଯଦି ତେଲର ରଙ୍ଗ ନ ବଦଳେ ତେବେ ଏହାର ଅର୍ଥ ହେଉଛି ତାହା ଅସଲି ।

Get real time updates directly on you device, subscribe now.