ଜୋତା ଲୁଚା ବିଧି, ୫୦ ହଜାର ବଦଳରେ ୫ ହଜାର ଦେଲା ବର, ମୁହଁ ଫଟେଇ ଦେଲେ ଶାଳୀ

ଚାଲିଥିଲା ବାହାଘର ବିଧି, ଜୋତା ଲୁଚା ପାଇଁ ୫୦ ହଜାର ମାଗିଲା ଶାଳୀ, ୫ ହଜାର ଦେଲା ଭିଣୋଇ। ରାଗରେ ଭିକାରୀ ବର କହିବା ସହ ମାରିକି ମୁହଁ ଫଟାଇ ଦେଲେ କନିଆଁ ପକ୍ଷ।

ଉତ୍ତରପ୍ରଦେଶ: ଚାଲିଥିଲା ବାହାଘର। ଆଉ ବରଯାତ୍ରୀ ସାଙ୍ଗରେ ନେଇ ରୋସଣୀ କରି ବର ଆସିଥିଲା ନିଜ କନିଆଁ ନେବା ପାଇଁ। ବାହାଘର ବି ଧୁମଧାମରେ ହେଲା। ଆଉ ସବୁ ବିଧି ମଧ୍ୟ ଚାଲିଥିଲା। ଏହାରି ଭିତରେ ଶାଳୀ ଜୋତା ଲୁଚା ପ୍ରଥା ଅନୁସାରେ ଭିଣୋଇର ଜୋତା ଲୁଚାଇ ଥିଲା।

ଆଉ ଜୋତା ଦେବା ବଦଳରେ ଭିଣୋଇକୁ ୫୦ ହଜାର ମାଗିଥିଲା ଶାଳୀ। ଭିଣୋଇ ଜଣକ ୫୦ ହଜାର ନଦେଇ ମାତ୍ର ୫ ହଜାର ଟଙ୍କା ଦେଇଥିଲେ। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା। ନିର୍ଧୁମ ମାଡ। କେବଳ ସେତିକି ନୁହେଁ ବର ହାତରେ ଡିଭୋର୍ସ ପେପର ଧରେଇ ଦେଲେ କନିଆଁ ଘର ଲୋକେ।

ବାହାଘର ବିଧି: ଆପଣମାନେ ଜାଣିଥିବେ ବାହାଘର ସମୟରେ ଅନେକ ପ୍ରକାର ବିଧି ରହିଥାଏ। ସିଏ ହାତଗଣ୍ଠି ଫିଟା ହୋଉ କିମ୍ୱା ପଖାଳ ଖିଆ ବିଧି ହେଉ। ଯାହାକି ଆମ ପରମ୍ପରାରେ ଦୀର୍ଘ ଦିନ ହେବ ଚାଲି ଆସିଛି।

ଠିକ୍ ସେହିପରି ଉତ୍ତରପ୍ରଦେଶେର ବିଜନୌରରେ ଏକ ବିବାହ ସମାରୋହ ଚାଲିଥିଲା। ବିବାହ ଶୋଭାଯାତ୍ରା ଡେରାଡୁନରୁ ଉତ୍ତର ପ୍ରଦେଶର ବିଜନୌରକୁ ଆସିଥିଲା। ଧୁମଧାମରେ ବାହାଘର ଚାଲିଥିଲା। କନିଆଁ ମଥାରେ ବର ସିନ୍ଦୂର ଆଉ ବେକରେ ମଙ୍ଗଳସୂତ୍ର ପିନ୍ଧାଇ ସାରିଥିଲା।

ଜୋତା ଲୁଚା ବିଧି: ଆଉ ବିଧି ଅନୁସାରେ, ବରର ଜୋତା ଲୁଚାଇଥିଲା କନିଆଁର ଭଉଣୀ। ବା ବରର ଶାଳୀ। ଆଉ ଜୋତା ବାବଦକୁ ଭିଣୋଇ ପାଖରେ ଶାଳୀ ୫୦ ହଜାର ଟଙ୍କା ଡିମାଣ୍ଡ କରିଥିଲା।

୫୦ ହଜାର ନ ଦେଲେ ଜୋତା ଦେବନି ବୋଲି ଶାଳୀ ଜିଦ୍ କରିଥିଲା। ସେପଟେ ବର ପାଖରେ ଏତେ ଟଙ୍କା ନଥିବାରୁ ସେ ଶାଳୀକୁ ମାତ୍ର ୫ ହଜାର ଟଙ୍କା ଦେଇଥିଲା। ଆଉ ଏତିକି ଟଙ୍କା ଦେଖି ରାଗି ଯାଇଥିଲା ଶାଳୀ, ଆଉ ପୁରା ଝିଅ ଘର ପରିବାର।

ଭିକାରୀ ବର: ସୂଚନାନୂସାରେ, ଯେତେବେଳେ ଜୋତା ଲୁଚା ବାବଦକୁ ବର ଜଣକ ୫ ହଜାର ଟଙ୍କା ଦେଇଥିଲେ, ସେତେବେଳେ ଝିଅ ଘର ପରିବାର ବରକୁ ‘ଭିକାରୀ’ ବୋଲି କହି ସମ୍ୱୋଧନ କରିଥିଲେ।

ଯେଉଁଥିରେ ବର ଜଣକ ରାଗି ଯାଇ କନିଆଁକୁ ସାଙ୍ଗରେ ନେବାକୁ ମନା କରିଦେଇଥିଲେ। ହେଲେ ସେତେବେଳକୁ ବାହାଘର ସରିଯାଇଥିଲା। ହେଲେ ଏହି ସାମାନ୍ୟ ଯୁକ୍ତି ତର୍କ ଏତେ ବାଟ ବଢି ଗଲା ଯେ ଅଳଙ୍କାର ଏବଂ ଟଙ୍କା ଦେବା ନେବା ପର୍ଯ୍ୟନ୍ତ ପହଞ୍ଚିଗଲା।

ବର ଘରକୁ ମାଡ: ଆଉ ଏହି ସାମାନ୍ୟ ବଚସାରୁ ବର ପକ୍ଷ ଓ କନ୍ୟାପକ୍ଷ ମଧ୍ୟରେ ଜୋରଦାର ଏକ ମହାଭାରତ ଲାଗିଗଲା। ବୁଝାମଣା ହେବା ପରିବର୍ତ୍ତେ ମାମଲା ଯାଇ ଥାନାରେ ପହଞ୍ଚିଲା। ଝିଅପକ୍ଷ ମାମଲାର ସମାଧାନ କରିବା ପରିବର୍ତ୍ତେ ଓଲଟା ଝାଡପତ୍ର ଦେଇ ଦେବେ ବୋଲି ବରକୁ କହିଥିଲେ।

ଏପରିକି ବରର ବାପା, ଜେଜେବାପା, ଭିଣୋଇ, ଭାଇ ଏବଂ ଭାଉଜଙ୍କୁ କନ୍ୟା ପକ୍ଷ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିବାଦ ବିଷୟରେ ସୂଚନା ପାଇ ପୋଲିସ ଉଭୟ ପକ୍ଷଙ୍କୁ ନେଇ ନଜିବାବାଦ ଥାନାରେ ପହଞ୍ଚିଥିଲା। ଏଠାରେ, ବର ତାଙ୍କର ଦୁଃଖଦ ଘଟଣା ବର୍ଣ୍ଣନା କରିଥିଲେ।

ସର୍ବଶେଷ ସୂଚନା ଅନୁଯାୟୀ, ଏହି ମାମଲାଟି ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇଛି। କୌଣସି ଗୁରୁତର ଅଭିଯୋଗ ମିଳିନାହିଁ। ହେଲେ ବରପକ୍ଷ କନିଆଁକୁ ସାଙ୍ଗରେ ଡ ନନେଇ ଫେରି ଗଲେ।