ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ: ୩ ଘଣ୍ଟାରେ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର: ମେଡିକାଲରେ ୧୦୦ ଝାଡ଼ାବାନ୍ତି ଆକ୍ରାନ୍ତ । ଯାଜପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳରେ ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି ।

ଏତେମାତ୍ରାରେ ଝାଡ଼ାବାନ୍ତି ଆକ୍ରାନ୍ତ ହେବାପରେ ଡାକ୍ତରଖାନାରେ ପହଞ୍ଚିଛନ୍ତି ଜିଲ୍ଲାପାଳ । ରୋଗୀଙ୍କ ସ୍ୱାସ୍ତ୍ୟାବସ୍ଥା ଏବଂ ଚିକିତ୍ସା ସମ୍ପର୍କରେ ତଦାରଖ କରିଛନ୍ତି ଜିଲ୍ଲାପାଳ ।

ଚଣ୍ଡିଖୋଲ,ଦାନଗଦି ଏବଂ ଧର୍ମଶାଳାରୁ ଅଧିକାଂଶ ଆକ୍ରାନ୍ତ ହୋଇଥିବା ସୂଚନା । ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ମାତ୍ର ୩ ଘଣ୍ଟାରେ ୧୦୦ ଜଣ ଡାକ୍ତରଖାନାରେ ଅଛନ୍ତି ।