fbpx

ଭାରତରେ Dyson ଲଞ୍ଚ କଲା ନୂଆ ଡିଭାଇସ Wash G1 ରହିଛି ଦୁଇବର୍ଷର ୱାରେଣ୍ଟି

ନୂଆଦିଲ୍ଳୀ: ଡାଇସନ ଭାରତୀୟ ବଜାରରେ ତା’ର ନୂଆ ଡିଭାଇସ୍ ୱାଶ ଜି୧ ଲଞଚ କରିଛି । ଏହି ଡିଭାଇସ ଶୁଖିଲା ଓ ଓଦା ଚଟାଣକୁ ସହଜରେ ସଫା କରିପାରିବ । କମ୍ପାନୀ ଏହି ଡିଭାଇସକୁ ପୂର୍ବରୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିସାରିଥିବା ବେଳେ ଏବେ ଭାରତୀୟ ବଜାରରେ ଏଣ୍ଟ୍ରି ମାରିଛି । କମ୍ପାନୀର ଅଫିସିଆଲ ୱେବସାଇଟ ଓ ଡେମୋ ଷ୍ଟୋରରୁ ଗ୍ରାହକମାନେ ଏହାକୁ କ୍ରୟ କରିପାରିବେ । କମ୍ପାନୀ ଭାରତୀୟ ବଜାରରେ ନିଜର ପୋର୍ଟଫୋଲିୟୋକୁ ବିସ୍ତାର କରୁଥିବା ବେଳେ ଏହି କ୍ରମରେ ଫ୍ଲୋର କ୍ଲିନିଂ ଡିଭାଇସ ଡାଇସ ୱାଶ ଜି୧କୁ ଲଞ୍ଚ କରିଛି ।

କମ୍ପାନୀ ଏହି ବ୍ରାଣ୍ଡକୁ ପୂର୍ବରୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିଥିଲା । ଏହା କମ୍ପାନୀର ପ୍ରଥମ କାର୍ଡ ଫ୍ରି ୱେଟ ଫ୍ଲୋର କ୍ଲିନର ହୋଇଥିବା ବେଳେ ଏକ ଲିଟର ୱାଟର ଟ୍ରାଙ୍କ ସହିତ ଏହା ଆସୁଛି । ବ୍ରାଣ୍ଡ କଥା କହିଲେ, ଏହା ହାଇଡ୍ରେସନ, ଅବଜର୍ପସନ ଓ ଏକ୍ସଟ୍ରେକ୍ସନ ଟେକ୍ନୋଲୋଜିର କମ୍ବିନେସନ ଉପରେ ଏହା କାମ କରୁଛି । ଏହି ଡିଭାଇସ ଓଦା ଓ ଶୁଖିଲା ଉଭୟ ପ୍ରକାରର ମଇଳାକୁ ସ୍ୱାଇପ କରିପାରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । କମ୍ପାନୀ ଏହାକୁ ୬୪,୯୦୦ ଟଙ୍କାରେ ଲଞ୍ଚ କରିଛି ।

Get real time updates directly on you device, subscribe now.