Breaking: ଲୁଚୁଛନ୍ତି ଲୋକେ… କରୁ ନାହାନ୍ତି ଇ-କେୱାଇସି ଅପଡେଟ୍, ଆଉ ମାତ୍ର ୪ ଦିନ ବାକି

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ୪୦,୪୦,୬୮୪ ଜଣ ଇ-କେୱାଇସି କରିନାହାନ୍ତି । ୪ ଦିନରେ ସରିବ ଇ-କେୱାଇସି ବୋଲି କହିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

୮୮% ଲୋକ ଇ-କେୱାଇସି କରି ନାହାନ୍ତି । ୪୦ ଲକ୍ଷରୁ ଅଧିକ ଲୋକ କରିନାହାନ୍ତି ଇ-କେୱାଇସି ଅପଡେଟ୍ ।

କରଦାତା, ସରକାରୀ ଚାକିରିଆ ଏବଂ ଡାକ୍ତର, ଶିକ୍ଷକମାନେ ରାସନକାର୍ଡରେ ଚାଉଳ ଖାଉଛନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି । ଏଥିସହ ସେମାନଙ୍କୁ ଶୀଘ୍ର କାର୍ଡ ପୈଠ କରିବା ପାଇଁ ସରକାର ତାଗିଦ୍ ମଧ୍ୟ କରିଛନ୍ତି । ନଚେତ୍ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି କୃଷ୍ଣ ପାତ୍ର ।