fbpx

(Video) ଜୀବଜଗତ ବି ବାରିଛନ୍ତି ସ୍ୱାଧୀନତା ଦିବସର ସ୍ୱାଦ: ଥଣ୍ଟରେ ଜାତୀୟ ପତାକା ଧରି ଉଡ଼ୁଛି ଚିଲ…

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶର କୋଣ ଅନୁକୋଣରେ ପାଳନ ହୋଇଛି ସ୍ୱାଧୀନତା ଦିବସ । ଏଥର ସ୍ୱାଧୀନତା ଦିବସବେଳେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେଉଛି । ଯେଉଁଥିରେ ଏକ ଚିଲ ଉଡ଼ାଉଛି ଜାତୀୟ ପତାକା ।

ମଝି ଆକାଶରେ ଉଡ଼ିଲା ଜାତୀୟ ପତାକା । ମଣିଷ ତ’ ମଣିଷ ଚିଲ ବି ଏଭଳି ପାଳୁଛି ସ୍ୱାଧୀନତା ଦିବସ । ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ଚିଲ ଥଣ୍ଟରେ ଧରିଛି ଜାତୀୟ ପତାକା । ଆଉ ମନ ଖୁସିରେ ଚିଲଟି ସ୍ୱାଧୀନତା ଦିବସର ମହତ୍ୱକୁ ଆଜି ପ୍ରମାଣିତ କରି ସାରା ମଣିଷ ସମାଜକୁ ଦେଖାଇ ଦେଇଛି । ଭାରତ ମାଆ କେବଳ ଯେ ମଣିଷଙ୍କର ନୁହେଁ, ପ୍ରତ୍ୟେକ ଜୀବଜଗତ ହେଉଛନ୍ତି, ଭାରତ ମାଆର ସନ୍ତାନ । ପକ୍ଷୀଟି ହେଲେ ସୁଦ୍ଧା ସେ ବି ବୋଧହୁଏ ସେ ବୁଝିପାରିଛି ସ୍ୱାଧୀନତା ଅର୍ଥକୁ । ଆଉ ଏକଥା ପ୍ରମାଣିତ କରୁଛି ଚିଲଟିର ଏଭଳି ଏକ ବିରଳ ଦୃଶ୍ୟ ।

ହୁଏତ ଏହି ଚିଲଟି ଅଜାଣତରେ ଜାତୀୟ ପତାକାକୁ ଉଠାଇ ଉଡି ପଲାଇଛି । କିନ୍ତୁ ସେହି ଦୃଶ୍ୟ ଯେ, କେତେ ଜଣଙ୍କ ହୃଦୟକୁ ଛୁଇଁ ପାରିଛି ତାହାର ଅନୁମାନ କେହି ଲଗାଇ ପାରିବେନି । ଅନେକ ଦେଶଭକ୍ତଙ୍କ ମନକୁ ଅନ୍ଦୋଳିତ କରିପାରିଛି ଏଭଳି ଏକ ଦୃଶ୍ୟ । ଏହି ଦୃଶ୍ୟଟି ଖୁବ ଭାଇରାଲ ହେଉଛି, ଚିଲଟି ଗୋଟିଏ ଡ୍ୟାମ ଉପରେ ଉଡୁଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ଚିତୋରଗଡର ରାନା ପ୍ରତାପ ସିଂ ଡ୍ୟାମରୁ ଏହି ଦୃଶ୍ୟଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.