ପୃଥିବୀକୁ ଆସୁଛି ବଡ ବିପଦ ! ମାନବ ଇତିହାସରେ ପ୍ରଥମ ଥର ବିଗିଡ଼ିଲା ଜଳ ଚକ୍ର ଅସନ୍ତୁଳନ, ଖାଦ୍ୟ ଉତ୍ପାଦନ ହୋଇଯିବ ଅଧା

ୱାଶିଂଟନ୍: ପୃଥିବୀରେ ମାନବ ଇତିହାସରେ ପ୍ରଥମ ଥର ପାଇଁ ବୈଶ୍ୱିକ ଜଳ ଚକ୍ରର ସନ୍ତୁଳନ ବିଗିଡ଼ି ଯାଇଛି । ଏକ ନୂଆ ରିପୋର୍ଟରେ ଚେତାବନୀ ଦେଇ କୁହାଯାଇଛି ଯେ ଏହି ଅସନ୍ତୁଳନ ଯୋଗୁଁ ଜଳ ପ୍ରଳୟ ବଢୁଛି, ଯାହା ଭବିଷ୍ୟତରେ ଖାଦ୍ୟ ଉତ୍ପାଦନ ଏବଂ ଜୀବନଯାପନ ଉପରେ ଗଭୀର ପ୍ରଭାବ ପକାଇବ । ଜଳ ଅର୍ଥଶାସ୍ତ୍ର ଉପରେ ବୈଶ୍ୱିକ ଆୟୋଗର ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଦଶନ୍ଧି ଦଶନ୍ଧି ଧରି ବିନାଶକାରୀ ଭୂମି ଉପଯୋଗ ଏବଂ ପାଣିର କୁପ୍ରବନ୍ଧନ ବୈଶ୍ୱିକ ଜଳ ଚକ୍ର ଉପରେ ଅଭୂତପୂର୍ବ ଚାପ ପକାଇଛି ।

ଜଳ ଚକ୍ର କଣ ?

ଜଳ ଚକ୍ର ସେହି ପ୍ରକ୍ରିୟାକୁ କୁହାଯାଏ ଯେଉଁଥିରେ ପାଣି ପୃଥିବୀର ଚାରିପଟେ ଘୁରି ବୁଲେ । ପାଣି ପୃଥିବୀ ପୃଷ୍ଠରେ ନଦୀ, ହ୍ରଦ ଏବଂ ଗଛ ଜରିଆରେ ବାଷ୍ପ ହୋଇ ଉପରକୁ ଉଠିଥାଏ । ଏହି ଜଳୀୟ ବାଷ୍ପ ବାଦଲ ରୂପରେ ଥଣ୍ଡା ହୋଇ ବର୍ଷା ହେବା ଯାଏ ଦୀର୍ଘ ଦୂର ଯାଏ ଯାତ୍ରା କରିଥାଏ । ଜଳ ଚକ୍ର ଅସନ୍ତୁଳନ ଯୋଗୁଁ ପ୍ରାୟ ୩ ବିଲିୟନ ଲୋକ ଜଳ ସଂକଟର ସାମନା କରୁଛନ୍ତି । ଫସଲ ନଷ୍ଟ ହେଉଛି ଏବଂ ସହର ବୁଡ଼ୁଛି ।

ଅନ୍ତରାଷ୍ଟ୍ରୀୟ ସମୁଦାୟ ଏବଂ ବିଶେଷଜ୍ଞଙ୍କୁ ନେଇ ଜଳ ଆୟୋଗ ଗଠିତ । ଆୟୋଗର ରିପୋର୍ଟ ଅନୁସାରେ ଏହି ଦିଗରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏହାର ପରିଣାମ ଅଧିକ ଭୟାବହ ହେବ । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଜଳ ସଂକଟ ବୈଶ୍ୱିକ ଖାଦ୍ୟ ଉତ୍ପାଦନର ୫୦ ପ୍ରତିଶତକୁ ବିପଦ ପକାଉଛି । ୨୦୫୦ ସୁଦ୍ଧା ଦେଶଗୁଡ଼ିକର ଜିଡିପିରେ ହାରାହାରି ୮ ପ୍ରତିଶତ ହ୍ରାସ ଘଟିପାରେ । ଅନ୍ୟପଟେ କମ ଆୟ ଥିବା ଦେଶକୁ ୧୫ ପ୍ରତିଶତ ଯାଏ କ୍ଷତି ହୋଇପାରେ ।

ଅୟୋଗର ସହ ଅଧ୍ୟକ୍ଷ ଏବଂ ରିପୋର୍ଟର ଲେଖକ ଜୋହାନ ରକ୍ଷ୍ଟମ କହିଛନ୍ତି, ‘ମାନବ ଇତିହାସରେ ପ୍ରଥମ ଥର ପାଇଁ ଆମେ ବୈଶ୍ୱିକ ଜଳ ଚକ୍ରକୁ ଅସନ୍ତୁଳିତ କରୁଛି । ମଧୂର ପାଣିର ଉତ୍ସ ଥିବା ବର୍ଷା ଉପରେ ଏବେ ଭରାସ କରାଯାଇ ପାରିବ ନାହିଁ ।’ ରିପୋର୍ଟରେ କୁହାଯାଇଛି ଯେ ଜଳ ଚକ୍ରରେ ଏହି ବ୍ୟତିକ୍ରମ ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ଦର୍ଶାଉଛି ।

ସଞ୍ଚୟ କରିବାର ସମାଧାନ କ’ଣ?
ଇଂଲଣ୍ଡର ରିଡିଂ ୟୁନିଭରସିଟିର ଜଳବାୟୁ ବିଜ୍ଞାନର ପ୍ରଫେସର ରିଚାର୍ଡ ଏଲନଙ୍କ ଉଦ୍ଧେଶ୍ୟରେ ସିଏନ୍ଏନ୍ କହିଛି ଯେ ମାନବ କାର୍ଯ୍ୟକଳାପ ସ୍ଥଳ ଏବଂ ଉପର ବାୟୁର ଗତିବିଧି ପରିବର୍ତ୍ତନ କରୁଛି, ଯେଉଁ କାରଣରୁ ଜଳବାୟୁ ଉଷ୍ମ ହେଉଛି। ଉଭୟ ଆର୍ଦ୍ରତା ଏବଂ ମରୁଡ଼ି ଅତ୍ୟଧିକ ଆଡକୁ ଗତି କରୁଛି । ପବନ ଏବଂ ବର୍ଷାର ନମୁନା ଅସନ୍ତୁଳିତ ହେବାରେ ଲାଗିଛି । ସେ କହିଛନ୍ତି ଯେ, ପ୍ରାକୃତିକ ସମ୍ପଦର ଉତ୍ତମ ପରିଚାଳନା ଏବଂ ଉତ୍ତାପ ପ୍ରଦୂଷଣ ହ୍ରାସ ଦ୍ୱାରା ଏହି ସଙ୍କଟ ଦୂର ହୋଇପାରିବ।

Get real time updates directly on you device, subscribe now.