ଶକ୍ତ ଭୂମିକମ୍ପରେ ଦୋହଲିଲା ଘର, ଲୋକେ ସହିଲେ ଗୋଟିଏ ପରେ ଗୋଟିଏ ଝଟକା
ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ସେଣ୍ଟ୍ରାଲ ଆମେରିକାର ଗୁଆଟେମାଲାରେ ଶକ୍ତ ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସେଠାକାର ଘରକୁ ଦୋହଲାଇ ଦେଇଛି। ମିଡିଆ ରିପୋର୍ଟ ମୁତାବକ, ଅଧିକାରୀମାନେ ସେଠାକାର ଲୋକଙ୍କୁ ବଞ୍ଚିବା ପାଇଁ ବିଲ୍ଡିଂକୁ ଖାଲି କରିବାକୁ କହିଛି।
ପ୍ରଥମ ଭୂମିକମ୍ପର ତୀବ୍ରତା ୫.୨ ରହିଥିଲା। ଏହାପରେ ଅନେକ ଝଟକା ଅନୁଭବ କରାଯାଇଛି। ଏଥିରେ ଲୋକେ ଖୁବ ଭୟଭୀତ ହୋଇଯାଇଛନ୍ତି। ଏହି ଭୂମିକମ୍ପ ଗୁଆଟେମାଲାର ସିଟିରୁ ୬୦ କିମି ଦୂରରେ ଘଟିଛି। ଅନ୍ୟ ଭୂମିକମ୍ପ ଝଟକାର ତୀବ୍ରତା ୩.୯ ଏବଂ ୫.୬ ମପାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ଯୋଗୁଁ କିଛି କୋଠା କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ବଡ଼ କ୍ଷୟକ୍ଷତିର ଖବର ଆସିନାହିଁ। ତଥାପି, ସୁରକ୍ଷାକୁ ଦୃଷ୍ଟିରେ ରଖି, ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ସଂଯୋଜକ ଲୋକମାନଙ୍କୁ ଘର ଖାଲି କରିବାକୁ କହିଛନ୍ତି। ଯେକୌଣସି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜରୁରୀକାଳୀନ ଟିମଙ୍କୁ ଅନେକ ସ୍ଥାନକୁ ପଠାଯାଇଛି।