ଆଫଗାନିସ୍ଥାନରେ ଭୂମିକମ୍ପ ଝଟକା, ୫.୧ ତୀବ୍ରତାରେ ଥରିଲା ଭୂଇଁ

ନୂଆଦିଲ୍ଲୀ: ଜାପାନରେ ହୋଇଥିବା ବଡ଼ ଧରଣର ଭୂମିକମ୍ପ ପରେ ସାରା ବିଶ୍ୱରୁ ଏଭଳି ଖବର ଆସୁଛି। ଆର୍ଜେଣ୍ଟିନା ପରେ ଜାନୁଆରୀ ୩ (ବୁଧବାର) ରେ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଦ୍ବିପ୍ରହର ପ୍ରାୟ ୧ଟା ୫୪ ମିନିଟ ସମୟରେ ବାଦଖଶାନ ପ୍ରଦେଶରେ ୫.୧ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ଇଶକୋସିମଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଅବସ୍ଥିତ।

ଭୂମିକମ୍ପର କେନ୍ଦ୍ର ପ୍ରାୟ ୧୨୫ କିଲୋମିଟର (୭୮ ମାଇଲ) ଭୂତଳଭାଗରେ ଥିଲା, ଉତ୍ତର ପୂର୍ବ ଆଫଗାନିସ୍ତାନ, ଦକ୍ଷିଣ ତାଜିକିସ୍ତାନ ଏବଂ ଉତ୍ତର ପାକିସ୍ତାନର କିଛି ଅଂଶରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଅଧିକାରୀମାନେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ଦେଇନାହାଁନ୍ତି। ଏହାପୂର୍ବରୁ ଆଫଗାନିସ୍ତାନରେ ବୁଧବାର ଅର୍ଥାତ ୩ ଜାନୁଆରୀରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା। ଭୟାନକ କଥା ହେଉଛି ୩୦ ମିନିଟ ମଧ୍ୟରେ ଆଫଗାନିସ୍ତାନରେ ଦୁଇଥର ଭୂକମ୍ପ ଘଟିଛି।

 

 

Get real time updates directly on you device, subscribe now.