fbpx
BSKY
BJD MC SKY
BJD MS SKY

ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ: ଚାଲିଗଲା ୧୫୫ ଲୋକଙ୍କ ଜୀବନ, ଥରିଉଠିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ଏହି ଭୂ-କମ୍ପରେ ୧୫୫ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା ବେଳେ ପାକିସ୍ତାନର କିଛି ଅଞ୍ଚଳରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ ଅନୁସାରେ, ଭୂକମ୍ପର କେନ୍ଦ୍ର ଆଫାଗାନିସ୍ତାନର ଦକ୍ଷିଣପୂର୍ବରେ ଥିଲା ।

ଭୂକମ୍ପର ତୀବ୍ରତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଅବଶ୍ୟ ରେକ୍ଟର ସ୍କେଲରେ ୭.୦ ବା ଏଥିରୁ ଅଧିକ ତୀବ୍ରତା ଥିବା ଭୂକମ୍ପକୁ ସାମାନ୍ୟରୁ ବିପଜ୍ଜନକ ଭାବେ ବିବେଚନା କରାଯାଏ । ଆଫାଗାନିସ୍ତାନରେ ଆସିଥିବା ଭୂକମ୍ପ ଏଥିରୁ କମ୍ ତୀବ୍ରତା ବୋଲି ଜଣାପଡିଛି ।

କାହିଁକି ହୁଏ ଭୂ-କମ୍ପ
ପୃଥିବୀର ଉପରିଭାଗ ୭ଟି ଟେକ୍ଟାନିକ୍ ପ୍ଲେଟ ଦ୍ୱାରା ଗଠିତ । ଏହି ପ୍ଲେଟ ଗୁଡ଼ିକ ଯୋଡ଼ି ହୋଇ ରହିଥାନ୍ତି । ଯେତେବେଳେ ଏହି ପ୍ଲେଟ ଗୁଡ଼ିକର ସଂଯୋଗସ୍ଥଳରେ ଧକ୍କା ହୋଇଥାଏ ସେତେବେଳେ ଭୂକମ୍ପ ଅନୁଭୁତ ହୁଏ । ଏମିତି ପରିସ୍ଥିତି ଉପୁଜେ ଯେତେବେଳ ଗୋଟିଏ ପ୍ଲେଟ ଅନ୍ୟ ଏକ ପ୍ଲେଟର କ୍ଷେତ୍ର ଭିତରକୁ ପ୍ରବେଶ କରିବାକୁ ଲାଗେ । ଫଳରେ ପ୍ଲେଟ ପ୍ଲେଟ ମଧ୍ୟରେ ଘର୍ଷଣ ବା ଧକ୍କା ହୋଇଥାଏ । ଏହି ଘର୍ଷଣ ଯୋଗୁଁ ପୃଥିବୀର ଉପରିଭାଗ ଥରିବାକୁ ଲାଗେ, ବେଳେବେଳେ ଭୂପୃଷ୍ଠ ଫାଟି ମଧ୍ୟ ଯାଏ ।

Get real time updates directly on you device, subscribe now.