fbpx

ACରେ ବଦଳାଇ ଦିଅନ୍ତୁ ସବୁଜ ପ୍ଲେଟ୍, ଅଧାରୁ ବି କମ୍ ଆସିବ ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ: ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ACର ଅଧିକ ସାହାରା ନେଉଛନ୍ତି । ଅଧିକ ସମୟ ଚାଲିଲେ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସିବା ସହ ଏସି ଖରାପ ମଧ୍ୟ ହୋଇପାରେ । ଅଧିକ ସମୟ ଚାଲିବା କାରଣରୁ ଏସି କୁଲିଂ ମଧ୍ୟ କମ୍ ହୋଇଥାଏ । ତେବେ ଏସିର ଏପରି ଏକ ଜିନିଷ ବଦଳାଇବା ଦ୍ୱାରା ଅଧିକ କୁଲିଂ ଓ ବିଦ୍ୟୁତ୍ ବିଲ୍ କମ୍ ଆସିପାରେ । ଏହି ଡିଭାଇସକୁ ଆପଣ ଅନଲାଇନ୍ ଓ ଅଫଲାଇନରେ କିଣିପାରିବେ ।

ତେବେ ଏସି ଖରାପ ହେବାର ଅନେକ କାରଣ ରହିଛି । ଏଥିରେ ସବୁଠାରୁ ବଡ଼ କାରଣ ହେଉଛି ପିସିବି ଖରାପ ହେବ । ପିସିବି ଖରାପ ହେବା କାରଣରୁ ଏସି ଚାଲିଥାଏ, କିନ୍ତୁ ଅଧିକ କୁଲିଂ ହୋଇନଥାଏ । ଏହା ସହ ବିଦ୍ୟୁତ ବି ଅଧିକ ସରିଥାଏ । ପିସିବିର ଦାମ୍ ମଧ୍ୟ ଅଧିକ ରହିଛି । ଯଦି ଆପଣ ଇନଭର୍ଟର ଏସିର ବ୍ୟବହାର କରୁଛନ୍ତି, ତେବେ ଏହା ଖୁବ ଶୀଘ୍ର ଖରାପ ହେବାର ସମ୍ଭାବନା ଅଛି ।

ପିସିବି ଖରାପ ହେବାର ମଧ୍ୟ ଅନେକ କାରଣ ରହିଛି । ଅଧିକାଂଶ ପାଣି ଜମା ହେବା କାରଣରୁ ଏହା ଖରାପ ହୋଇଥାଏ । ଖାସକରି ଇନଭର୍ଟରରେ ୨ଟି ପିସିବି ଲାଗିଥାଏ । ଗୋଟିଏ ଆଉଟଡୋର ୟୁନିଟ ଓ ଆଉ ଗୋଟିଏ ଭିତରେ ଥାଏ । ଭିତର ପିସିବି ଅଧିକ ଖରାପ ହୋଇନଥାଏ, କିନ୍ତୁ ଆଉଟଡୋର ୟୁନିଟ୍ ପିସିବି ଶୀଘ୍ର ଖରାପ ହୋଇଯାଏ । ଅଧିକାଂଶ ଇନଭର୍ଟର ଏସିରେ ପିସିବି ପଛ ପଟକୁ ବାହାରେ ଲାଗିଥାଏ । ବର୍ଷା ହେବାରୁ ପିସିବି ଖରାପ ହୋଇଯାଏ ।

Get real time updates directly on you device, subscribe now.