ଆଣ୍ଡାମାନ ସାଗର ଏବଂ ତାଜିକିସ୍ତାନରେ କମ୍ପିଲା ଭୂଇଁ, ରିକ୍ଟର ସ୍କେଲରେ ମପାଗଲା ଏତି ତୀବ୍ରତା
ଭୂମିକମ୍ପରେ ଥରିଲା ଆଣ୍ଡାମାନ ସାଗର ଏବଂ ତାଜିକିସ୍ତାନ, ଜାଣନ୍ତୁ କେତେ ରହିଛି ତୀବ୍ରତା
ନୂଆଦିଲ୍ଲୀ: ଆଣ୍ଡାମାନ ସାଗରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ମପାଗଲା ୪.୪ ତୀବ୍ରତା। ଏହାର ଗଭୀରତା ୭୫ କିମି ଥିଲା।
ଏହି ଭୂମିକମ୍ପରେ କୌଣସି ଧନ-ଜୀବନ ହାନୀ ହୋଇଥିବା ଜଣାପଡିନାହିଁ। ଏହା ପୂର୍ବରୁ ବଙ୍ଗୋପସାଗରରେ ୪.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି।
National Center for Seismology ଏହି ସୂଚନା ଅନୁଯାୟୀ, ଗତକାଲି ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୫ ମପାଯାଇଥିଲା। ଏହି ଭୂମିକମ୍ପ ଦକ୍ଷିଣ ଦ୍ୱୀପ ନ୍ୟୁଜିଲାଣ୍ଡର ପଶ୍ଚିମ ତଟରେ ହୋଇଥିଲା ।