fbpx

ପାପୁଆ ନ୍ୟୁ ଗିନିରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼

ନୂଆଦିଲ୍ଲୀ: ଇଣ୍ଡୋନେସିଆ ନିକଟବର୍ତ୍ତୀ ଏବଂ ପ୍ରଶାନ୍ତ ମହାସାଗର ସ୍ଥିତ ଏକ ଦ୍ୱୀପ ଦେଶ ପାପୁଆ ନ୍ୟୁ ଗିନି(Papua New Guniea)ରେ ରବିବାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍‌(GFZ) ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୯ ରେକର୍ଡ଼ କରାଯାଇଛି । ଭୂମିକମ୍ପର କେନ୍ଦ୍ର ସ୍ଥଳ ୩୨ କିମି ପୂର୍ବ-ଉତ୍ତର ପୂର୍ବରେ ସ୍ଥିତ ଆମ୍ବୁନ୍ତିରେ ଜଣାପଡ଼ିଛି । ସେହିପରି ଭୂମିକମ୍ପର ଗଭୀରତା ୩୫ କିମି ରେକର୍ଡ଼ କରାଯାଇଛି । ତେବେ ଏହି ଭୂମିକମ୍ପରେ କୌଣସି ଧନଜୀବନ ହାନି ହୋଇନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.