ଆମେରିକାକୁ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା 4.2 ମାଗ୍ନିଚ୍ୟୁଡ୍‌

ସକାଳ 9.27 ରେ ଭୂମିକମ୍ପରେ ଦୋହଲିଲା ଆମେରିକାର ତିବ୍ବତ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଥିବା ଜଣାପଡ଼ିଛି ।

ୱାଶିଂଟନ: ପୁଣିଥରେ ଆମେରିକାକୁ ପ୍ରକୃତିର ଝଟକା । । ସକାଳ 9.27 ରେ ଭୂମିକମ୍ପରେ ଦୋହଲିଲା ଆମେରିକାର ତିବ୍ବତ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଥିବା ମାପ କରାଯାଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଏ ବିଷୟରେ ସୂଚନା ଦେଇଛି ।

ଭୂକମ୍ପର କେନ୍ଦ୍ରସ୍ଥଳ ଚୀନ୍ ଏବଂ ନେପାଳ ସୀମା ନିକଟରେ ଥିଲା । ଏହା ପୂର୍ବରୁ ମଧ୍ୟ ଆମେରିକାର ତିବ୍ବତରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ।

ଭୂକମ୍ପ ଭୂପୃଷ୍ଠରୁ 20 କିମି ତଳେ ରେକର୍ଡ କରାଯାଇଥିଲା । ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ଏପଟେ ଆଜି ସକାଳେ ଇଣ୍ଡେନେଶିଆର ଦକ୍ଷିଣୀ ସୁମାତ୍ରା ଅଞ୍ଚଳରେ ମଧ୍ଯ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି 5.9 ମାପ କରାଯାଇଥିଲା । ଏହି ଭୂକମ୍ପ ଭୂପୃଷ୍ଠରୁ 10 କିମି ଭିତରେ ହିଁ ରେକର୍ଡ କରାଯାଇଥିଲା । ଯଦିଓ ସେଠାରୁ କୌଣସି ମୃତାହତ ବା କ୍ଷୟକ୍ଷତି ବିଷୟରେ ସୂଚନା ମିଳି ନାହିଁ । ତେବେ ସ୍ଥାନୀୟ ପ୍ରଶାସନ ଏହା ଉପରେ ନଜର ରଖିଥିବା ଜଣାପଡ଼ିଛି ।