fbpx

ସିକ୍କିମରେ ଭୂମିକମ୍ପ, ବିହାର ପର୍ଯ୍ୟନ୍ତ ଅନୁଭୂତ ହେଲା ଝଟକା, ଜାଣନ୍ତୁ କେତେ ଥିଲା ତୀବ୍ରତା

ନୂଆଦିଲ୍ଲୀ: ସିକ୍କିମରେ ଶୁକ୍ରବାର ସକାଳେ ୬ଟା ୫୭ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ମପାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମରେ ଥିଲା, ହେଲେ ଏହାର ଝଟକା ବିହାରରେ ମଧ୍ୟ ଅନୁଭୂତ କରାଯାଇଛି। ବିହାରର କିଶନଗଞ୍ଜରେ ଅନେକ ଲୋକେ ଏହି ଭୂମିକମ୍ପକୁ ଅନୁଭବ କରିଛନ୍ତି। ଭୂମିକମ୍ପର କେନ୍ଦ୍ର ପଶ୍ଚିମବଙ୍ଗର ସିଲିଗୁଡି ପାଖାପାଖି ଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗ, ବିହାରରେ ଦେଖାଦେଇଛି। ସେହିପରି ନେପାଳ ଏବଂ ଭୂଟାନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

ଭୂମିକମ୍ପର ତୀବ୍ରତା ଅଧିକ ନଥିଲା। ଏହି କାରଣରୁ ଅଧିକ କ୍ଷୟକ୍ଷତି ଘଟିନାହିଁ। ବର୍ଷା ସନୟରେ ପାହାଡ ଅଞ୍ଚଳରେ ଭୂମିକମ୍ପ ଆସିବାରେ ଭୂସ୍ଖଳନର ଭୟ ଅଧିକ ରହିଥାଏ। ଭୂସ୍ଖଳନ ହେବାରେ ଅଧିକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଥାଏ। ଏହି କାରଣରୁ ୱାୟନାଡରେ ଭୂସ୍ଖଳନ ହେତୁ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.