fbpx

ଲଦାଖ, କାରଗିଲରେ ୫.୦ ତୀବ୍ରତାର ଭୂକମ୍ପ ଝଟକା: ଗିଲିଟ ବାଲିସ୍ତାନରୁ ୧୦ କିମିରେ କେନ୍ଦ୍ରସ୍ଥଳ

ନୂଆଦିଲ୍ଲୀ: କାରଗିଲ, ଲଦାଖରେ ଭୂକମ୍ପ ଝଟକା । ସୋମବାର ସନ୍ଧ୍ୟା ୭ ଟା ୧ ମିନିଟ୍ ସମୟରେ କାରଗିଲ ଏବଂ ଲଦାଖରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏନେଇ ସୂଚନା ଦେଇଛି ଭୂକମ୍ପ ବିଜ୍ଞାନ କେନ୍ଦ୍ର । ଭୂମିକମ୍ପର କେନ୍ଦ୍ରସ୍ଥଳ ଗିଲିଟ ବାଲିସ୍ତାନରୁ ୧୦ କିମିରେ ରହିଥିବାବେଳେ କ୍ଷୟକ୍ଷତିର ସୂଚନା ମିିଳିପାରିନାହିଁ ।

ସେହିପରି, ଶ୍ରୀନଗରରେ ମଧ୍ୟ ଅନ୍ୟ ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ ଟା ୭ ମିନିଟ୍ ସମୟରେ ୪.୮ ତୀବ୍ରତା ବିଶିଷ୍ଟ ଭୁମିକମ୍ପ ଶ୍ରୀନଗରର କିଛି ସ୍ଥାନରେ ଅନୁଭୂତ ହୋଇଛି । ଏଠାରେ ମଧ୍ୟ କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Get real time updates directly on you device, subscribe now.