ଏକା ଖାଇଗଲେ ୮ କିଲୋ ବିରିୟାନି, ଭାଇରାଲ ହେଉଛି ଭିଡ଼ିଓ
ଭିଡ଼ିଓ ଭାଇରାଲ। ଖାଇଗଲେ ୮ କିଲୋ ବିରିୟାନି। ୟୁଜର୍ସଙ୍କ ଅଜବ କମେଣ୍ଟ...
ଓଡ଼ିଶା ଭାସ୍କର: ଏକା ଖାଇଗଲେ ୮ କିଲୋ ବିରିୟାନି। କଥାଟି ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଛନ୍ତି ନା। ହେଲେ ଏହା ସମ୍ପୂର୍ଣ୍ଣ ସତ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଏକ ହୋଟେଲରେ ଜଣେ ଯୁବକ ଏକାକୀ ୮ କିଲୋ ବିରିୟାନି ବସି ଖାଉଥିବାର ନଜର ଆସିଛନ୍ତି। ଯେଉଁ ଭିଡ଼ିଓଟିକୁ ଉକ୍ତ ଯୁବକ ଜଣଙ୍କ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଯାହା ଏବେ ବେଶ ଭାଇରାଲ ହେଉଛି।
କିପରି ଖାଇଲେ ଏତେ ବିରିୟାନି: ବିରିୟାନି ଖାଇବାକୁ କାହାକୁ ବା ପସନ୍ଦ ନୁହେଁ। ହେଲେ ଜଣେ ବ୍ୟକ୍ତି ଏକାକୀ ଏକାଥରେ ଆଠ କିଲୋ ବିରିୟାନି ଖାଇବା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ହେଲେ ଭିଡ଼ିଓଟି କେଉଁ ଯାଗାର ତାହା ଜଣା ପଡ଼ିନାହିଁ। କିନ୍ତୁ ଯୁବକ ଜଣକ ଏକ ହୋଟେଲରେ ବସି ବିରିୟାନି ଅର୍ଡର ଦେଇଥିଲେ। ଏବଂ ଓ୍ୱେଟର ମଧ୍ୟ କଦଳୀ ପତ୍ରରେ ଆଠ କିଲୋ ବିରିୟାନୀ ପରସି ଦେଇଥିଲେ।
ଯାହାକୁ ଧିରେ ଧିରେ ଖାଇବା ଆରମ୍ଭ କରିଥିଲେ ଯୁବକ ଜଣକ। କେବଳ ଖାଇଥିଲେ ତାହା ନୁହେଁ ଖାଇବା ସମୟର ଭିଡ଼ିଓ ମଧ୍ୟ ପୋଷ୍ଟ କରିଥିଲେ। ଯାହାକୁ ଏବେସୁଦ୍ଧା ୨୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
View this post on Instagram
କ’ଣ ଆସିଛି କମେଣ୍ଟ: ଯୁବକ ଜଣଙ୍କ ଏହି ଭିଡ଼ିଓ ପୋଷ୍ଟ କରିବା ପରେ ଅନେକ ଲୋକ ଏଥିରେ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି ଏହା ପୂର୍ବରୁ କେତେ ଦିନ ହେବ ତୁମେ ଭୋକିଲା ଥିଲ।
ସେହିପରି ଅନ୍ୟଜଣେ ଲୋକ କମେଣ୍ଟ କରିଛନ୍ତି, ଯାହା ଦେଖାଯାଉଛି ଏହା ଆଠ କିଲୋ ନୁହେଁ । ବରଂ ଦୁଇରୁ ତିନି କିଲୋ ଭଳି ଦେଖାଯାଉଛି।