fbpx

Slim Figure Tips: ପ୍ରତିଦିନ ସକାଳୁ ଏହା ଖାଲି ପେଟରେ ଖାଆନ୍ତୁ, ଦୂର ହେବ ମେଦବହୁଳତା

Advertisement

ଓଡିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକ ଜଣ ନିଜ ଉପରେ ଏତେ ଧ୍ୟାନ ଦେଉନାହାନ୍ତି । ଦେଶ ହେଉ ବା ବିଦେଶ, ସବୁଠାରେ ଲୋକେ କିଛି ନା କିଛି କାରଣକୁ ନେଇ ଚିନ୍ତାରେ ରହୁଛନ୍ତିି । ଖରାପ ଖାଦ୍ୟ, ଠିକ୍ ସମୟରେ ନ ଶୋଇବା ଆଦି ପାଇଁ ଚେହେରାର ସୁନ୍ଦରତା କମିଯାଇଥାଏ। ତେବେ ଏହି ସୁନ୍ଦରତାକୁ ବେଶୀ ଖରାପ କରିଥାଏ ଆପଣଙ୍କ ମେଦବହୁଳତା। ଏଥିରେ ଚିନ୍ତା କରିବାରେ କିଛି ନାହିଁ, ଆଜିକାଲି ଏହି ସମସ୍ୟା ଅତି ସାଧାରଣ କଥା ହୋଇଗଲାଣି। କାରଣ ପ୍ରାୟ ୧୦୦ ଭାଗରୁ ୬୦ ଭାଗ ଲୋକଙ୍କ ଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ହେଲେ ଏହି ସମସ୍ୟାକୁ ଦୂରେଇବା ପାଇଁ ଅନେକ ସାରା ଉପାୟ ରହିଛି। ଏହି ଉପାୟ ମଧ୍ୟରୁ ଏକ ସର୍ବୋତ୍ତମ ଉପାୟ ମନେ ରଖନ୍ତୁ, ଯାହା ଆପଣଙ୍କ ସମସ୍ୟାକୁ ଖୁବ ଜଲଦି ଦୂର କରିଦେବ।

କ’ଣ କରିବେ ମନେ ରଖନ୍ତୁ:-

ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇ କୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ଅନାବଶ୍ୟକ ଚର୍ବି ତଳି ପେଟରୁ ବାହାରି ଯାଇଥାଏ। ରସୁଣରେ ଭିଟାମିନ୍‌-‘ଏ’, ‘ବି’, ‘ସି’, ଆଣ୍ଟି-ଅକ୍ସିଡାଣ୍ଟ, କ୍ୟାଲସିୟମ୍‌, ଜିଙ୍କ୍‌, ଲୌହ, ମ୍ୟାଗ୍ନେସିୟମ୍‌, ଫସଫରସ୍‌ ପ୍ରଭୃତି ରହିଥାଏ। ହାର୍ଟ ଆଟାକ୍‌ ରେ ଏହା ମହୌଷଧୀ ଭଳି କାମ କରେ। ସେହିପରି ନିୟମିତ ୨ଟି ରସୁଣ କୋଲାକୁ ପାଣିରେ ଫୁଟାଇ ଛାଣି ଏହାକୁ ଚା’ପରି ପିଇଲେ ଉଚ୍ଚ ରକ୍ତଚାପ, ମାନସିକ ଚାପ, କର୍କଟ, ହାର୍ଟ ଆଟାକ୍‌ ଆଦିରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଏହା ସହ ଆପଣ ପ୍ରତିଦିନ କିଛି ନା କିଛି ପରିଶ୍ରମ କରିବାକୁ ଚେଷ୍ଟା କରନ୍ତୁ, ଏହା ବି ଆପଣଙ୍କ ପାଇଁ ଲାଭ ଦାୟକ ହେବ।

 

Get real time updates directly on you device, subscribe now.