fbpx

(video)ଗୋଟିଏ ଗୁପଚୁପ୍ ଖାଇଲେ ପତ୍ନୀ ଫ୍ରି..’, କ’ଣ ରହିଛି ଗୁପ୍‌ଚୁପ୍ ବାଲାର ଏପରି ଅଫର ପଛର ସତ

ଜିକାଲି ମାର୍କେଟକୁୁ ଏକାଧିକ ଫୁଡ୍ ଡେଲିଭରୀ ଆପ୍ ପ୍ରବେଶ କଲେଣି ଯେଉଁମାନେ ଲୋକଙ୍କୁ ଆକର୍ଷିତ କରିବା ଲାଗି ଅଜବ ଅଫର ପ୍ରଦାନ କରୁଛନ୍ତି । ଅନଲାଇନ୍ ଫୁଡ୍ ଅର୍ଡର କରିବା ଉପରେ କେତେବେଳେ ଆପଣଙ୍କୁ ୫୦% ରିହାତି ତ ପୁଣି କେତେବେଳେ ଗୋଟିଏ ସହିତ ଆଉ ଗୋଟିଏ ମାଗଣାରେ ଦେଉଛନ୍ତି । କିନ୍ତୁ ଏବେ ଏକ ଗୁପଚୁପ୍ ବେପାରୀ ଏପରି ଅଫର ଆଣି ଆସିଛି ଯାହା ସବୁ ଅଫର ଠାରୁ ଅଜବ । ଏହି ଅଫର ବିଷୟରେ ଜାଣିବା ପରେ ଲୋକମାନେ ଏହା ବିଷୟରେ ଅଧିକ ତଥ୍ୟ ହାସଲ ପାଇଁ ବ୍ୟଗ୍ର ହୋଇପଡିଛନ୍ତି ।

ଗୁପଚୁପ୍ ଏପରି ଏକ ଫୁଡ୍ ଆଇଟମ୍ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । କିନ୍ତୁ ଏକ ଗୁପଚୁପ୍ ଦୋକାନୀ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ଲାଗି ଏପରି ଏକ ଅଫର ଦେଉଛନ୍ତି ଯାହା ପୁରୁଷଙ୍କୁ ବେଶ୍ ଆକର୍ଷିତ କରିବାରେ ଲାଗିଛି । ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଏକ ଗୁପଚୁପ୍ ବାଲା ନିଜ ଠେଲାରେ ଲେଖିଛନ୍ତି, ‘ଗୋଟିଏ ଗୁପଚୁପ୍ ଖାଇଲେ ପତ୍ନୀ ଫ୍ରି’ ।

ଭିଡିଓଟି ଏବେ ସୋସିଆଲ ମିଡିଆରେ ରକେଟ୍ ବେଗରେ ଭାଇରାଲ୍ ହେଉଛି । କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସଂପୂର୍ଣ୍ଣ ତଥ୍ୟ ରହିନାହିଁ । ଏହି ଭିଡିଓକୁ ସେତେବେଳେ ରେକର୍ଡ କରି ଅପଲୋଡ୍ କରାଯାଇଛି ଯେତେବେଳେ ଠେଲାରେ ପୁରା କଥା ଲେଖାଯାଇନାହିଁ । ପ୍ରକୃତରେ ବେପାରୀ ତା’ ଠେଲାରେ ଲେଖିଛି ‘ତୁମେ ଗୋଟିଏ ଗୁପଚୁପ୍ ଖାଇଲେ ପତ୍ନୀ ମାଗଣାରେ ଅନ୍ୟଟି ଖାଇବ’ । କିନ୍ତୁ ଭାଇରାଲ ହେଉଥିବା ଭିଡିଓରେ ‘ଅନ୍ୟଟି ଖାଇବ’ ଉହ୍ୟ ରହିଛି । ଦୋକାନୀ ବି ଚାଲାକିରେ ଅନ୍ୟ ସବୁ ଶବ୍ଦ ଗୁଡିକୁ ବଡ ବଡ ଅକ୍ଷରରେ ଲେଖିଥିବା ବେଳେ ଏହି ଦୁଇ ଶବ୍ଦକୁ ଛୋଟ ଛୋଟ ଅକ୍ଷରରେ ଲେଖିଛି ।

Get real time updates directly on you device, subscribe now.