fbpx

ଶୀତ ଦିନେ ଏହି ୪ଟି ଉପାୟରେ ଖାଆନ୍ତୁ ହଳଦୀ: ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବ ଦୂର

Advertisement

ଶୀତ ଋତୁରେ ଥଣ୍ଡା, କାଶ ଏବଂ ଫ୍ଲୁ ପରି ୠତୁକାଳୀନ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଏହି ସବୁରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀ ଏବଂ ଖାଦ୍ୟପେୟ ପରିବର୍ତ୍ତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ଦୈନନ୍ଦିନ ଖାଦ୍ୟରେ ଏପରି ଜିନିଷ ଖାଇବା ଉଚିତ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । ତେବେ ଏହି ଋତୁରେ ହଳଦୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । ହଳଦୀ ଅନେକ ଗୁଣରେ ଭରପୁର ହୋଇଥିବା କାରଣରୁ ଶୀତଦିନେ ଆପଣଙ୍କୁ ସୁସ୍ଥ ରଖିବା ପାଇଁ ହଳଦୀ ବେଶ ସହାୟକ ହୋଇଥାଏ ।

ଭିଟାମିନ୍ ସି, ଭିଟାମିନ୍ ଇ, ଆଇରନ୍, ଜିଙ୍କ୍ ପରି ଅନେକ ପୋଷକ ତତ୍ତ୍ୱ ହଳଦୀରେ ଭରପୁର ରହିଥାଏ । ଏହା ବ୍ୟତୀତ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ହଳଦୀକୁ ଅଧିକ ସ୍ୱତନ୍ତ୍ର କରିଥାଏ । ତେବେ ଆପଣ ଶୀତଦିନେ ହଳଦୀକୁ କିପରି ନିଜ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ ଆସନ୍ତୁ ଜାଣିବା ।

ହଳଦୀ ଯୁକ୍ତ କ୍ଷୀର- ହଳଦୀ ଯୁକ୍ତ କ୍ଷୀର ଶୀତଦିନେ ଆପଣଙ୍କ ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାକୁ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । କାଶ ଏବଂ ଥଣ୍ଡା ଭଳି ରୋଗରୁ ଏହା ରକ୍ଷା କରିଥାଏ । ହଳଦୀ କ୍ଷୀର ତିଆରି କରିବା ପାଇଁ ଗୋଟିଏ ଚାମଚ ହଳଦୀ ଗୁଣ୍ଡକୁ ଏକ ଗ୍ଲାସ କ୍ଷୀରରେ ମିଶାଇ ଏହାର ସେବନ କରନ୍ତୁ । ଏହା ଶରୀରର ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।

ହଳଦୀ ଏବଂ ତୁଳସୀ କାଢ଼ା- ହଳଦୀ ଏବଂ ତୁଳସୀରେ ଆଣ୍ଟିବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଆପଣଙ୍କ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ହୋଇଥାଏ । ହଳଦୀ ଏବଂ ତୁଳସୀର କାଢ଼ା ପ୍ରସ୍ତୁତ କରିବାକୁ ହେଲେ ଏକ ପ୍ୟାନରେ ପାଣି ନିଅନ୍ତୁ ଏବଂ ଏଥିରେ ୭ ଚାମଚ ହଳଦୀ ସହିତ ୭-୮ ତୁଳସୀ ପତ୍ର ଏବଂ ଅଦା ଫୁଟାନ୍ତୁ ।

ହଳଦୀ ଚା- ଶୀତଦିନେ ହଳଦୀ ଖାଇବା ପାଇଁ ହଳଦୀ ଚା ଏକ ଉତ୍ତମ ବିକଳ୍ପ ହୋଇପାରେ । ଏକ ପ୍ୟାନରେ ଏକ କପ୍ ପାଣି ନେଇ ସେଥିରେ ୧ ଚାମଚ ହଳଦୀ, ଗୋଲମରୀଚ ଗୁଣ୍ଡ ଏବଂ ଅଦା ସହିତ ଫୁଟାନ୍ତୁ । ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ ।

ହଳଦୀ ଜୁଆଣି ପାଣି- ଶୀତଦିନେ ଆପଣ ହଳଦୀ ଏବଂ ଜୁଆଣି ପାଣି ମଧ୍ୟ ପିଇପାରିବେ । ଏହାର ବ୍ୟବହାର ପେଟ ସମ୍ବନ୍ଧୀୟ ରୋଗକୁ ଭଲ କରିଥାଏ ଏବଂ କାଶ ଏବଂ ଥଣ୍ଡା ଠାରୁ ମଧ୍ୟ ଆରାମ ଦେଇଥାଏ ।

Get real time updates directly on you device, subscribe now.